Categories: ଜାତୀୟ

ରାହୁଲଙ୍କ ହିନ୍ଦୁତ୍ୱ ଟିପ୍ପଣୀ: ସଂସଦ ରେକର୍ଡରୁ ହଟାଗଲା ରାହୁଲଙ୍କ ଭାଷଣର ୧୪ଟି ଭାଗ

ନୂଆଦିଲ୍ଲୀ,୩।୭: ଲୋକସଭାରେ ସୋମବାର ଦେଇଥିବା ଭାଷଣକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। କିନ୍ତୁ ତା’ ପରଠାରୁ ଅନ୍ୟ ଏକ ଘଟଣାକୁ ନେଇ ସେ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି। ତାହା ହେଲା ଲୋକ ସଭା ବାଚସ୍ପତି ଓମ ବିର୍ଲା ତାଙ୍କ ଭାଷଣର ୧୪ଟି ଭାଗକୁ ସଂସଦର ରେକର୍ଡରୁ ହଟାଇ ଦେଇଛନ୍ତି।

କହିରଖୁଛୁ କି, ଭାଜପାକୁ ନେଇ ହିନ୍ଦୁ ଧର୍ମ ବିଷୟରେ ରାହୁଲ ନିଜ ଭାଷଣରେ କହିଥିଲେ। ଏଥିସହ ତିନି ଜଣ ବିଶିଷ୍ଟ ଶିଳ୍ପପତିଙ୍କ ବିଷୟରେ ଉଲ୍ଲେଖ କରିଥିଲେ ଯାହାହକୁ ସେ ପ୍ରାୟ ମୋଦିଙ୍କ ସହ ଯୋଗାଯୋଗରେ ରୁହନ୍ତି ବୋଲି ଉଲ୍ଲେଖ କରନ୍ତି। ଅଗ୍ନିପଥ ଯୋଜନା, NEET ବିବାଦ, ମଣିପୁର ଏବଂ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କହିଥିବା ବିଷୟ ଉପରେ ମଧ୍ୟ ରେକର୍ଡରୁ ହଟାଇ ଦେଇଛନ୍ତି।

ବାଚସ୍ପତିଙ୍କ ଏଭଳି କାର୍ଯ୍ୟକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ରାହୁଲ ଗାନ୍ଧୀ ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ତାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ତାଙ୍କ ମନ୍ତବ୍ୟକୁ ସଂସଦୀୟ ରେକର୍ଡକୁ ଫେରାଇ ଆଣିବାକୁ ଦାବି କରିଛନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଗୋଟିଏ ପଟେ ଓମ ବିର୍ଲା ହିନ୍ଦୁ ଧର୍ମ ଏବଂ ଭାଜପା ବିଷୟରେ ରାହୁଲ ଗାନ୍ଧୀଙ୍କ ସନ୍ଦର୍ଭକୁ ହଟାଇ ଦେଇଥିବାବେଳେ ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ଅଭିଭାଷଣରେ ହସ୍ତକ୍ଷେପ କରିବା ସମୟରେ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିପ୍ପଣୀକୁ ହଟାଇ ନାହାଁନ୍ତି। ରାହୁଲଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଏକ ଗମ୍ଭୀର ପ୍ରସଙ୍ଗ। ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗମ୍ଭୀର ପ୍ରସଙ୍ଗ। ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ରାହୁଲ ଗାନ୍ଧୀ ଦେଇଥିବା ପ୍ରତିକ୍ରିୟାକୁ ମଧ୍ୟ ହଟାଇ ଦିଆଯାଇଛି।

Share