ଟ୍ରେଣ୍ଟ ବ୍ରିଜ,୬।୮: ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ପୂର୍ବଦିନର ସ୍କୋର ୧୨୫/୪ ରୁ ବ୍ୟାଟିଂ କରିଥିବା ଭାରତୀୟ ଦଳ ତୃତୀୟ ଦିନର ମଧ୍ୟାହ୍ନ ଭୋଜନ ସୁଦ୍ଧା ୫ ଉଇକେଟ ହରାଇ ୧୯୧ ରନ୍ କରିଛି। ଫଳରେ ୮ ରନ୍ର ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ। ପୂର୍ବରୁ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ୧୮୩ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
ବର୍ଷା କାରଣରୁ ବିଳମ୍ବରେ ଆରମ୍ଭ ହୋଇଥିଲା ତୃତୀୟ ଦିନର ଖେଳ। ଆରମ୍ଭରୁ ଆଟାକିଂ ବ୍ୟାଟିଂ କରୁଥିବା ରିଷଭ ପନ୍ତ (୨୫) ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ଲୋକେଶ ରାହୁଲ (୭୭ ରନ୍, ୧ ଚୌକା ) ଏବେ ମଧ୍ୟ ଛିଡ଼ା ହୋଇଛନ୍ତି କ୍ରିଜ୍ରେ। ତାଙ୍କ ଉପଯୁକ୍ତ ସହାୟତା ପ୍ରଦାନ କରିଛନ୍ତି ରବୀନ୍ଦ୍ର ଜାଡେଜା (୨୭ ରନ୍, ୪ ଚୌକା) । ଦୁହେଁ ଅବିଭାଜିତ ୬ଷ୍ଠ ଉଇକେଟ ପାଇଁ ୪୬ ରନ୍ ଯୋଡ଼ିଛନ୍ତି।