ୟୁରୋପୀୟ ନେତାଙ୍କ ସହ ରାହୁଲଙ୍କ ରୁଦ୍ଧଦ୍ୱାର ବୈଠକ

ଲଣ୍ଡନ,୮।୯:ୟୁରୋପ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ୟୁରେପିଆନ ପାର୍ଲାମେଣ୍ଟ ସଦସ୍ୟ(ଏମ୍‌ଇପି) ମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ତ୍ରିରାଷ୍ଟ୍ରୀୟ ୟୁରୋପ ଯାତ୍ରା ଆରମ୍ଭରେ ପାଶ୍ଚାତ୍ୟ ନେତାଙ୍କ ସହ ରାହୁଲଙ୍କ ଏହି ମନ୍ତ୍ରଣାକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।
ସୂତ୍ରରୁ ଜଣାପଡ଼ିଛି, ବେଲଜିୟମ ରାଜଧାନୀ ବ୍ରସେଲ୍ସରେ ରାହୁଲ ଏମ୍‌ଇପିମାନଙ୍କ ସହ ଆଲୋଚନାବେଳେ ମଣିପୁର ଜାତିଆଣ ହିଂସାବେଳେ ମାନବାଧିକାର ଉଲ୍ଲଘଂନ ସମ୍ପର୍କରେ ଆଲୋଚନା କରିଥିଲେ। ଗତ ଜୁଲାଇରେ ‘ଇଣ୍ଡିଆ, ଦ ସିଚ୍ୟୁଏସନ୍‌ ଇନ୍‌ ମଣିପୁର’ ଶୀର୍ଷକ ସଂକଳ୍ପନାମା ୟୁରେପୀୟ ସଂସଦରେ ପାରିତ ହେବା ପରିପ୍ରେକ୍ଷୀରେ ଆଲୋଚନାକୁ ବିରୋଧୀ କଂଗ୍ରେସ ସଫଳ ହୋଇଥିବା ଏକ୍ସ’ରେ କହିଛି। ଏହାପରେ ରାହୁଲ ୟୁରୋପୀୟ ସଂଘରେ ମାନବାଧିକାର ପ୍ରସଙ୍ଗଗୁଡ଼ିକୁ ଗୁରୁତ୍ୱ ଦେଉଥିବା ନାଗରିକ ସମାଜ ସଂଗଠନଗୁଡ଼ିକ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେ ଶୁକ୍ରବାର ପ୍ୟାରିସ୍‌ ଯିବେ। ରବିବାର ନେଦରଲାନ୍ସ ଯିବା କାର୍ଯ୍ୟକ୍ରମ ରହିଛି। ୧୧ ତାରିଖରେ ରାହୁଲ ନରଓ୍ବେ ଯିବେ ଓ ୧୨ ରାତିରେ ଭାରତ ଫେରିବେ।

Share