ନୂଆଦିଲ୍ଲୀ,୧।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ଏବେ କର୍ନାଟକରେ ଜାରି ରହିଛି। ବର୍ଷା ଯୋଗୁ ଶନିବାର ପଦଯାତ୍ରାରେ ବିଳମ୍ବ ହୋଇଛି। କଂଗ୍ରେସର ମହାସଚିବ ଜୟରାମ ରମେଶ ଟୁଇଟ କରି କହିଛନ୍ତି, ଏହି ପଦଯାତ୍ରା ଯୋଗୁ ରାହୁଲଙ୍କ ନୂଆ ଭାବମୂର୍ତ୍ତି ଉଦୟ ହୋଇଛି। ଫଳରେ ଭାଜପା-ଆରଏସଏସ ବ୍ୟାକ୍ ଫୁଟକୁ ଆସିବାକୁ ବାଧ୍ୟ ହୋଇଛନ୍ତି। ଏହା ସହିତ ସେମାନଙ୍କର ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି।
ରାହୁଲଙ୍କ ସଫଳତା ନେଇ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ରାହୁଲ ଗାନ୍ଧୀ ଶନିବାର ଦିନ କରୋନାରେ ଆକାନ୍ତ ହୋଇ ମୃତ୍ୟୁ ଘଟିଥିବା ପରିବାରଙ୍କ ପାଇଁ ଉଚିତ କ୍ଷତିପୂରଣ ମାଗିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆପଣ କାହିଁକି ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁନାହାଁନ୍ତି?
ବାର୍ତ୍ତାଳାପର ଭିଡିଓ ଶେୟାର କରି ରାହୁଲ ଟୁଇଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ,କରୋନାରେ ପିତାଙ୍କୁ ହରାଇଥିବା ପିଳାଙ୍କ କଥା ଶୁଣିବା ଜରୁରୀ। ସେମାନଙ୍କର ଶିକ୍ଷା ଏବଂ ପରିବାରର ଆବଶ୍ୟକତା ପୂରଣ କରିବାରେ ସେ ସରକାରଙ୍କୁ ନିବେଦନ କରିଛନ୍ତି।