ନୂଆଦିଲ୍ଲୀ,୨।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଗୌତମ ଆଦାନୀ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଘେରିଛନ୍ତି। ଫେସବୁକ ମାଧ୍ୟମରେ ୫୯ ସେକେଣ୍ଡର ଭିଡିଓ ଶେୟାର କରି ରାହୁଲ ୨୦ ହଜାର କୋଟି ଟଙ୍କା କାହାର ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।
ରାହୁଲ ଗାନ୍ଧୀ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ, ପ୍ରଶ୍ନ ପଚାରିବାର ବହୁତ ଦିନ ହେଲାଣି! ମୁଁ ଏପର୍ଯ୍ୟନ୍ତ ଆପଣଙ୍କର ଉତ୍ତର ପାଇ ନାହିଁ, ତେଣୁ ମୁଁ ପ୍ରଶ୍ନକୁ ପୁନରାବୃତ୍ତି କରୁଛି। ୨୦ ହଜାର କୋଟି ଟଙ୍କା କାହାର? ଏଲ୍ଆଇସି, ଏସ୍ବିଆଇ, ଇପିଏଫ୍ଓରେ ଜମା ହୋଇଥିବା ଲୋକଙ୍କ ଟଙ୍କା କାହିଁକି ଆଦାନୀଙ୍କୁ ଦିଆଯାଉଛି? ଆପଣ ଏବଂ ଆଦାନୀଙ୍କ ସମ୍ପର୍କ ବିଷୟରେ ଦେଶକୁ ସତ କୁହନ୍ତୁ।
ସୂଚନାଯୋଗ୍ୟ, ଆଦାନୀ ପ୍ରସଙ୍ଗରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ୍ କରୁଛନ୍ତି। ନିକଟରେ ହିଣ୍ଡେବର୍ଗ ରିପୋର୍ଟ ଆସିବା ପରେ ରାହୁଲ ଗାନ୍ଧୀ ସଂସଦରେ ସରକାରଙ୍କୁ ଘେରି ରହିଥିଲେ। ଆଦାନୀ ମାମଲାର ତଦନ୍ତ ପାଇଁ ମିଳିତ ସଂସଦୀୟ କମିଟି ଗଠନ କରିବାକୁ କଂଗ୍ରେସ ଦାବି କରିଛି।