Categories: ଜାତୀୟ

ରାହୁଲଙ୍କ ପ୍ରତିଦ୍ୱନ୍ଦୀ ଆନି ରାଜାଙ୍କ ପାଖରେ ଅଛି ଏତେ ସମ୍ପତ୍ତି, ଜାଣନ୍ତୁ ତାଙ୍କର ନେଟଓ୍ବର୍ଥ

ନୂଆଦିଲ୍ଲୀ,୪।୪: ଚଳିତ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ)ର ଆନି ରାଜା। ଲୋକ ସଭା ନିର୍ବାଚନ ପାଇଁ ବୁଧବାର ଦୁହେଁ ୱାୟାନାଡରୁ ନାମାଙ୍କନ ଦାଖଲ କରିଛନ୍ତି। ସିପିଆଇର ନ୍ୟାଶନାଲ ଫେଡେରେସନ ଅଫ ଇଣ୍ଡିଆନ ଓ୍ବମେନର ସାଧାରଣ ସମ୍ପାଦକ ଓ ପାର୍ଟିର ମହା ସଚିବ ଡି ରାଜାଙ୍କ ପତ୍ନୀ ଆନି ରାଜା ରାହୁଲ ଗାନ୍ଧୀଙ୍କ ବିରୋଧରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତେବେ ଜାଣନ୍ତୁ ତାଙ୍କର ନେଟ୍‌ଓ୍ବର୍ଥ…

ଆନି ରାଜାଙ୍କ ଆଫିଡେଭିଟ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ମାତ୍ର ୭୨ ଲକ୍ଷ ଟଙ୍କା। ତାଙ୍କ ପାଖରେ କେବଳ ୧୦ ହଜାର ଟଙ୍କା ନଗଦ ରହିଛି। ସେହିପରି ୬୨ ହଜାର ଟଙ୍କା ବ୍ୟାଙ୍କରେ ଜମା ରହିଛି। ୨୫ ହଜାର ଟଙ୍କା ଅଳଙ୍କାର ରହିଥିବାବେଳେ ଉତ୍ତରାଧିକାରୀ ଭାବେ ୭୧ ଲକ୍ଷ ଟଙ୍କା ମିଳିଥିବା ଘୋଷଣା କରିଛନ୍ତି।

ଏହି କ୍ରମରେ ରାହୁଲ ଦେଇଥିବା ଆଫିଡେଭିଟ ଅନୁଯାୟୀ, ତାଙ୍କ ପାଖରେ ଏବେ ମାତ୍ର ୫୫ହଜାର ଟଙ୍କା ନଗଦ ଟଙ୍କା ରହିଛି। ୨୦୨୨-୨୩ରେ ସେ ମୋଟ ୧,୦୨,୭୮,୬୮୦ ଟଙ୍କା ରୋଜଗାର କରିଛନ୍ତି। ଏହାଛଡ଼ା ତାଙ୍କ ନାମରେ ବ୍ୟାଙ୍କରେ ୨୬.୨୫ ଲକ୍ଷ ଟଙ୍କା ଡିପୋଜିଟ ରହିଛି। ଶେୟାର ବଜାରରେ ସେ ୪.୩୩ କୋଟି ନିବେଶ କରିଛନ୍ତି। ମ୍ୟୁଚୁଆଲ ଫଣ୍ଡରେ ତାଙ୍କର ୩.୮୧ କୋଟିର ନିବେଶ ରହିଛି। ସୋଭେରେନ ଗୋଲ୍ଡ ବଣ୍ଡରେ ତାଙ୍କର ୧୫.୨ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ତାଙ୍କ ପାଖରେ ୪.୨ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ମଧ୍ୟ ରହିଛି। ଏହାଛଡ଼ା ରାହୁଲଙ୍କ ନାମରେ ଏନଏସଏସ, ପୋଷ୍ଟାଲ ସେଭିଂ,ଇନ୍ସୁରାନ୍ସ ପଲିସିରେ ପ୍ରାୟ ୬୧.୫୨ ଲକ୍ଷ ଟଙ୍କାର ଡିପୋଜିଟ ରହିଛି। ତାଙ୍କ ପାଖରେ ୨ କୋଟି ୧୦ ଲକ୍ଷ ୧୩ହଜାର ୫୯୮ ଟଙ୍କାର କୃଷିଜମି ରହିଛି।

ମୋଟ ସମ୍ପତ୍ତି ଦେଖିଲେ ରାହୁଲଙ୍କ ପାଖରେ ୯,୨୪,୫୯,୨୬୪ ଚଳ ଏବଂ ୧୧,୧୪,୦୨,୫୯୮ ଟଙ୍କାର ଅଚଳ ସମ୍ପତ୍ତି ରହିଛି। ଏଣୁ ତାଙ୍କର ମୋଟ ସମ୍ପତ୍ତି ୨୦,୩୮,୬୧,୮୬୨ ଟଙ୍କା। ତେବେ ସେ ୨୦୦୪ରେ ପ୍ରଥମ ର୍ନିବାଚନ ଲଢ଼ିଥିଲେ, ସେତେବେଳେ ତାଙ୍କ ମୋଟ ସମ୍ପତ୍ତି ୫୫ ଲକ୍ଷ ଥିଲା।

Share