Categories: ଜାତୀୟ

ମିଛ ହେଲା ରାହୁଲଙ୍କ ଦାବି, ଅଗ୍ନିବୀର ପରିବାର କହିଲେ…

ନୂଆଦିଲ୍ଲୀ, ୨ା୭: ଜାରି ରହିଛି ସଂସଦ ଅଧିବେଶନ । ଏହି ଅଧିବେଶନରେ ଅଗ୍ନିବୀର ଯୋଜନାକୁ ନେଇ ରାହୁଲ ଗାନ୍ଧି କରିଥିବା ଦାବି ମିଛ ସାବ୍ୟସ୍ତ ହୋଇଛି । ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶହିଦ ହୋଇଥିବା ଜଣେ ଅଗ୍ନିବୀରଙ୍କ ପରିବାର ସରକାରଙ୍କ ପକ୍ଷରୁ ତାଙ୍କୁ ୧.୦୮ କୋଟି ଟଙ୍କାର ସହାୟତା ମିଳିଥିବା କହିଛନ୍ତି । ରାହୁଲ ସୋମବାର ଲୋକସଭାରେ କହିଥିଲେ ଯେ ଅଗ୍ନିବୀର ହେଉଛି ୟୁଜ୍‌ ଆଣ୍ଡ୍‌ ଥ୍ରୋ ଶ୍ରମିକ ଯୋଜନା । ଏଥି ସହିତ ସେ କହିଥିଲେ ଯେ ସୀମାରେ ଜୀବନକୁ ବଳିଦାନ ଦେଇଥିବା ଅଗ୍ନିବୀରଙ୍କୁ ସରକାର ସହୟତା ମଧ୍ୟ ଦେଉନାହାନ୍ତି । ଯାହାକୁ ନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ବିରୋଧ କରିଥିଲେ ଏବଂ କହିଥିଲେ ଯେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।

ସୂଚନା ଥାଉକି, ଅଗ୍ନିବୀର ଅକ୍ଷୟ ଗାୱତଙ୍କ ପରିବାର ମହାରାଷ୍ଟ୍ର ବୁଲଢାଗା ଜିଲାର ପିପଲଗାଁରେ ରୁହନ୍ତି । ଅକ୍ଷୟ ଗାୱତ ସିଆଚୀନ୍‌ରେ ଡ୍ୟୁଟି କରୁଥିବା ବେଳେ ଅକ୍ଟୋବର ୨୦୨୩ରେ ଶହିଦ୍‌ ହୋଇଥିଲେ । ସୋମବାର ଜଣେ ସାମ଼୍ବାଦିକଙ୍କ ସହ ଆଲୋଚନା ବେଳେ ତାଙ୍କ ବାପା ଲକ୍ଷ୍ମଣ ଗାୱତ କହିଛନ୍ତି ଯେ ଇନ୍ସ୍ୟୁରାନ୍ସରୁ ତାଙ୍କୁ ୪୮ ଲକ୍ଷ ଟଙ୍କା ମିଳିଥିଲା । ଏହାଛଡ଼ା କେନ୍ଦ୍ର ସରକାର ୫୦ ଲକ୍ଷ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ମିଳିଥିଲା । ଏହା ସମୟରେ ସେ ଅକ୍ଷୟଙ୍କ ଭଉଣୀକୁ ସରକାରୀ ଚାକିରି ଦେବା ପାଇଁ ଦାବି ମଧ୍ୟ କରିଥିବା ସେ କହିଛନ୍ତି ।

Share