Categories: ଜାତୀୟ

ରାହୁଲଙ୍କ ହ୍ବିଲ ଯୋଜନା: ଆଗକୁ ବଢ଼ିବ କଂଗ୍ରେସ…

ନୂଆଦିଲ୍ଲୀ,୧୫।୬ : ରାହୁଲ ଗାନ୍ଧୀ ୱାଶିଂଟନ ଡିସିରୁ ଆମେରିକାର ନ୍ୟୁୟର୍କକୁ ଟ୍ରକ ଯୋଗେ ଯାତ୍ରା କରିଥିଲେ। ଏହାପୂର୍ବରୁ ରାହୁଲ ଏକ ଟ୍ରକରେ ଦିଲ୍ଲୀରୁ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଥିଲେ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ପରେ ଦଳ ଏହି ହ୍ବିଲ ପ୍ଲାନ(ଚକ ବା ହ୍ବିଲ ଯୋଜନା)ଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି।

ଯୋଜନା ଅନୁଯାୟୀ ରାହୁଲ ଗାନ୍ଧୀ କେବଳ ଟ୍ରକରେ ନୁହେଁ ଅଟୋ, କ୍ୟାବ, ବସ ଏବଂ ଅନ୍ୟାନ୍ୟ ଯାନରେ ମଧ୍ୟ ଯାତ୍ରା କରି ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ କରିବାକୁ ଯାଉଛନ୍ତି। ଦଳର ନେତାଙ୍କ କହିବାନୁସାରେ, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପରେ ଏହି ଉପାୟରେ ସିଧାସଳଖ ଲୋକଙ୍କୁ ଭେଟିବାର ଏହି ଅନନ୍ୟ ଯୋଜନା ଖୁବ ଶୀଘ୍ର ଆରମ୍ଭ ହେବ।

Share