Categories: ଜାତୀୟ

ଦଳିତ ପରିବାରରେ ସମୟ ବିତାଇଲେ ରାହୁଲ ଗାନ୍ଧୀ: ଶିଖିଲେ ରୋଷେଇ

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ଏମ୍‌ପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସୋମବାର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଅଜୟ ତୁକାରାମ ସନାଡେ ଏବଂ ତାଙ୍କ ପତ୍ନୀ ଅଞ୍ଜନା ତୁକାରାମ ସନାଡେଙ୍କ ସହ ଖାଦ୍ୟ ରାନ୍ଧୁଥିବା ଦେଖିବାକୁ ମିଳିଛି। ଏହି ଦମ୍ପତି ଦଳିତ ସମ୍ପ୍ରଦାୟର ପାରମ୍ପରିକ ଖାଦ୍ୟ ରାନ୍ଧିବା ବିଷୟରେ ଅବଗତ କରାଇଥିଲେ।
ସୋମବାର ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ସମ୍ବିଧାନର ସୁରକ୍ଷା କରିବ। ଏହା ବହୁଜନମାନଙ୍କୁ ସେମାନଙ୍କର ଅଧିକାର ଦେବ। ପ୍ରତ୍ୟେକ ଭାରତୀୟ ନିଜ ହୃଦୟରେ ଭାଇଚାରା ଭାବନା ଜାଗ୍ରତ କରିବାକୁ ଚେଷ୍ଟା କରିବ।
ଆଜି ମଧ୍ୟ ବହୁତ କମ ଲୋକ ଦଳିତ କିଚେନ ବିଷୟରେ ଜାଣିନାହାନ୍ତି। ଦଲିତମାନେ କ’ଣ ଖାଉଛନ୍ତି, ଖାଦ୍ୟ କିପରି ରାନ୍ଧନ୍ତି ସେ ବିଷୟରେ ଆଦୌ ଜାଣିନାହାନ୍ତି। ମୁଁ ଅଜୟ ତୁକାରାମ ସାନାଡେ ଏବଂ ଅଞ୍ଜନା ଟୁକାରାମ ସାନାଡେଙ୍କ ସହିତ ସମୟ ବିତାଇଥିଲି। ସେ ମୋତେ ସମ୍ମାନର ସହ ମହାରାଷ୍ଟ୍ରର କୋଲହାପୁରସ୍ଥିତ ତାଙ୍କ ଘରକୁ ଡାକି ରୋଷେଇ ଘରେ ସାହାଯ୍ୟ କରିବାର ସୁଯୋଗ ଦେଇଥିଲେ। ଆମେ ଦଳିତ ଖାଦ୍ୟ ବିଷୟରେ ସଚେତନତାର ଅଭାବ ଏବଂ ଏହି ସଂସ୍କୃତିର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲୁ।

Share