ବୁଗୁଡ଼ା,୧୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଛି। ଏଥିରେ ପୋଲିସ ୧୧ ଜଣ ଜୁଆଡ଼ିଙ୍କୁ କାବୁ କରିବା ସହ ସେଠାରୁ ୭୩୦୦ ଟଙ୍କା ଜବତ କରିଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ବିଷ୍ଣୁଚକ୍ର ଗାଁର ନାରାୟଣ ମନ୍ଦିର ପଛପଟେ ଜୁଆ ଖେଳ ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଅଚାନକ ଚଢ଼ାଉ କରି ଜୁଆଡ଼ିଙ୍କୁ କାବୁ କରିବା ସହ ଟଙ୍କା ଜବତ କରିଥିବା ନେଇ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା କହିଛନ୍ତି। ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ।