୧୩ ହୋଟେଲରେ ଚଢ଼ାଉ, ଜରିମାନା ଆଦାୟ

ତାଳଚେର,୭ା୭(ନି.ପ୍ର.): ତାଳଚେର ଅଞ୍ଚଳର ବିଭିନ୍ନ ହୋଟେଲରେ ବାସି ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ବୁଧବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସହରର ପ୍ରାୟ ୧୩ଟି ହୋଟେଲରେ ଖାଦ୍ୟର ମାନ ଯାଞ୍ଚ କରାଯିବା ସହିତ ଜରିମାନା ଆଦାୟ କରାଯାଇଛି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଏଡିଏମ୍‌ଓ ଡାକ୍ତର ଧନଞ୍ଜୟ ବେହେରା, ଫୁଡ୍‌ ଇନ୍ସପେକ୍ଟର ହରପ୍ରିୟା ବେହେରା, ନୀଳାମ୍ବର ପ୍ରଧାନ ଏବଂ ତାଳଚେର ପୌର ନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାନ୍ତ ତାଳଚେର ସହରରେ ପହଞ୍ଚି ବସ୍‌ଷ୍ଟାଣ୍ଟରେ ରହିଥିବା ଏକ ହୋଟେଲରେ ଚଢ଼ାଉ କରିଥିଲେ। ସେଠାରେ ଖାଦ୍ୟର ମାନ ଓ ଲାଇସେନ୍ସ ଯାଞ୍ଚ କରିଥିଲେ। କାଗଜପତ୍ର ଠିକ୍‌ ନ ଥିବାରୁ ୨ ହଜାର ଟଙ୍କା ଜରିମାନା କରିଥିଲେ। ପରେ ଉକ୍ତ ଟିମ୍‌ ବାଇପାସ୍‌ ଛକରେ ଥିବା ଏକ ଢାବାରେ ଚଢ଼ାଉ କରି ବାସିଖାଦ୍ୟ ଏବଂ ଫ୍ରିଜ୍‌ରେ ମଦ ରହିଥିବା ଦେଖିବାକୁ ପାଇଥିଲେ। ଏଡିଏମ୍‌ଓ ବିରକ୍ତି ପ୍ରକାଶ କରିବା ସହିତ ୨ ହଜାର ଟଙ୍କା ଜରିମାନା କରିଥିଲେ। ଅନ୍ୟ ଏକ ହୋଟେଲରେ ଚଢ଼ାଉ କରି ବାସି ଖାଦ୍ୟ ଥିବାରୁ ୨ ହଜାର ଟଙ୍କା ଜରିମାନା କରିବା ସହ ସପ୍ତାହେ ମଧ୍ୟରେ ଟ୍ରେଡ୍‌ ଲାଇସେନ୍ସ କରିବାକୁ ତାଗିଦ୍‌ କରିଥିଲେ। ହାଟତୋଟା ରୋଡ୍‌ରେ ଥିବା ଏକ ରେଷ୍ଟୁରାଣ୍ଟରେ ଅତି ନିମ୍ନମାନର ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ବାସି ଖାଦ୍ୟକୁ ଚଢ଼ାଉକାରୀ ଟିମ୍‌ ଫିଙ୍ଗି ଦେଇଥିଲେ। ଖାଦ୍ୟ ନିରାପତ୍ତା ପ୍ରମାଣପତ୍ର ଏବଂ ବାର୍‌ ଲାଇସେନ୍ସ ଦେଖାଇ ନ ପାରିବାରୁ ୫ ହଜାର ଟଙ୍କାର ଜରିମାନା କରାଯାଇଥିଲା। ଅନ୍ୟ ୨ ହୋଟେଲକୁ ହଜାରେ ଟଙ୍କା ଲେଖାଏ ଜରିମାନା କରାଯାଇଥିଲା। ହାଣ୍ଡିଧୁଆ ଅଞ୍ଚଳରେ ଥିବା ଏକ ଢାବା ଉପରେ ଚଢ଼ାଉ କରାଯାଇ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସହରରେ ଥିବା ଏକ ସ୍ନାକ୍ସ ବାର ଏବଂ ଫଳ ଦୋକାନ ଏବଂ କିଛି ରାଶନ ଦୋକାନରେ ଯାଞ୍ଚ କରାଯାଇ ଶୁଖିଲା ଖାଦ୍ୟର ମାନ ଯାଞ୍ଚ କରାଯାଇ ହଜାରେ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଥିବା ଫୁଡ଼ ଇନ୍ସପେକ୍ଟର ହରପ୍ରିୟା ବେହେରା ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଏହି ଟିମ୍‌ ବିଭିନ୍ନ ହୋଟେଲ, ଫଳରସ ଦୋକାନ, ଫାଷ୍ଟ ଫୁଡ ଏବଂ ରାଶନ ଦୋକାନ ସହିତ ବୁଲା ବିକାଳିଙ୍କ ଖାଦ୍ୟର ମାନ ଯାଞ୍ଚ କରିବ ବୋଲି ଏଡିଏମ୍‌ଓ ଡାକ୍ତର ଧନଞ୍ଜୟ ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ମିଳୁନି ପିଇବା ପାଣି : ତେଜୁଛି ଜନଅସନ୍ତୋଷ: ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ସମୟରେ...

ବନ୍ଧାହେଲେ କୁବେର ଯନ୍ତ୍ରୀ: ଘରୁ ମିଳିଲା ବିଡାବିଡ଼ା ନୋଟ୍‌, ପୁଳାପୁଳା ସୁନା

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ବନ୍ଧାହେଲେ କୁବେର ଯନ୍ତ୍ରୀ । ଘରୁ ବିଡା ବିଡା ଟଙ୍କା ଜବତ ହେବା ପରେ ଅନୁଗୋଳ ଆଠମଲିକ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ...

ଆମ୍ବ ଆଣିବାକୁ ତୋଟାକୁ ଯାଇଥିଲେ, ଶୁଣ୍ଢରେ ଟେକି ଗଛରେ ପିଟିଦେଲା ଦନ୍ତା; ଚାଲିଗଲା ଜୀବନ

ବନ୍ତଳା୧୭।୪ (ଶୁସିତ କୁମାର ସାହୁ):  ଅନୁଗୋଳ ଜିଲା ବନ୍ତଳା ବନାଞ୍ଚଳ କଞ୍ଜା ସେକ୍ସନ କଞ୍ଜା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ...

ପିସିସିଏଫ୍‌ଙ୍କ ଉପସ୍ଥିତିରେ ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ ଘଡ଼ିଆଳ କୁମ୍ଭୀର

ଅନୁଗୋଳ ଅଫିସ,୧୭।୪(ମାନସ ବିଶ୍ୱାଳ)- ଅନୁଗୋଳ ଜିଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସୁନାଖଣିଆ ଘାଟଠାରେ ନନ୍ଦନକାନନରୁ ଅଣାଯାଇଥିବା ୫ ଘଡ଼ିଆଳ ଓ ସାତକୋଶିଆ ଟିକରପଡ଼ା ଚିଡ଼ିଆଖାନାରୁ ଆସିଥିବା...

ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୨୧ ପ୍ଲଟ୍‌, ବିପୁଳ ସମ୍ପତ୍ତି ଠାବ

ଭୁବନେଶ୍ୱର,୧୬।୪: ଅନୁଗୁଳ ଜିଲାର ଆଠମଲ୍ଲିକ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘର ତଲାସୀ ସମୟରେ ୨୧ ଟି ମୂଲ୍ୟବାନ ପ୍ଲଟ୍, ୩୨୬...

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଇଣ୍ଡା,୧୬।୪(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ...

ପୋଲରେ ପିଟି ହୋଇ ଜଳିଗଲା କାର୍‌

ଅନୁଗୋଳ,୮।୪: ଅନୁଗୋଳ ଜିଲା ସଦର ଥାନା କୁଇଓ ନିକଟରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି। ହେଲେ କାର୍‌ ଡ୍ରାଇଭର ସୁରକ୍ଷିତ ରହିଥିବା ସୂଚନା...

ତାତିଲେ ବିଦ୍ୟୁତ୍‌ ଉପଭୋକ୍ତା

ଅନୁଗୋଳ ଅଫିସ ୭।୪(ମାନସ ବିଶ୍ୱାଳ)- ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନର(ଏଆଇଇସିଏ) ଆହୱା କ୍ରମେ ୧ରୁ ୭ ଏପ୍ରିଲ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ଜାରି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image