ବ୍ରାସିଲିଆ,୪ା୫: ବ୍ରାଜିଲର ଫେଡେରାଲ ପୋଲିସ ବୁଧବାର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ଘରେ ଚଢ଼ାଉ କରିବା ସହ ତାଙ୍କ ଫୋନ୍କୁ ଜବତ କରିଛି। ଏଥିସହିତ ତାଙ୍କର ଘନିଷ୍ଠ କୁହାଯାଉଥିବା ମୁାଉରୋ ସିଡ୍ଙ୍କୁ ଗିରଫ କରାଯାଇଛି। ବୋଲସୋନାରୋଙ୍କୁ ଫେଡେରାଲ ପୋଲିସ ମୁଖ୍ୟାଳୟରେ ହାଜର କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କୋଭିଡ୍-୧୯ ଟିକା ସମ୍ପର୍କିତ ଜାଲ୍ ତଥ୍ୟ ପ୍ରଦାନ ନେଇ ରିଓ ଡି ଜନେଇରୋର ୧୬ଟି ସ୍ଥାନରେ ଫେଡେରାଲ ପୋଲିସ ଚଢ଼ାଉ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ବ୍ରାସିଲିଆରେ ଥିବା ବୋଲସୋନାରୋଙ୍କ କଣ୍ଡୋମିନିଅମ୍ କମ୍ପ୍ଲେକ୍ସରେ ପୋଲିସ ଚଢ଼ାଉ ସମୟର ଫଟୋ ଗ୍ଲୋବୋ ବ୍ରଡକାଷ୍ଟରେ ପ୍ରସାରିତ ହୋଇଛି।