ବେଆଇନ ମଦଭାଟି ଉପରେ ପୋଲିସ ଚଢାଉ: ବିପୁଳ ପରିମାଣର ମହୁଲି ଜବତ

ପାଟଣା,୨୩।୮(ବୀରକିଶୋର ଦାଶ): ଗଞ୍ଜାମ ଜିଲା ଚିକିଟି ଏନଏସି ଅନ୍ତର୍ଗତ ମାଉନ୍ଦ ପୁରରେ ମଦ ମୃତ୍ୟୁ ଘାଟଣା ପରେ ପାଟଣା ପୋଲିସ ଆକ୍ସନ ମୁଡକୁ ଆସିଛି। କେନ୍ଦୁଝର ଜିଲା ପାଟଣା ପୋଲିସ ପକ୍ଷରୁ ଶୁକ୍ରବାର ବ୍ୟାପକ ଅବକାରୀ ଚଢାଉ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନଙ୍କ ନେତୃତ୍ୱରେ ସମ୍ପନ୍ନ ହୋଇଛି। ବିଭିନ୍ନ ସ୍ଥାନରେ ଥିବା ବେଆଇନ ମହୁଲି ମଦ ଭାଟି ଉପରେ ଚଢାଉ କରି ଭାଟି ଭାଙ୍ଗିବା ସହ ୧ ଶହ ଲିଟର ମହୁଲି ମଦ ଜବତ କରିବା ସହ ୫ ଶହ କିଗ୍ରା ପୋଚକୁ ନଷ୍ଟ କରିଛନ୍ତି।

ଭୋଳପଡା ନାଳ କୂଳରେ ଚାଲିଥିବା ବ୍ୟାପକ ମହୁଲି ଭାଟିକୁ ଭାଙ୍ଗି ଦିଆଯାଇଛି। ଏଥି ସହ ମଦ ପ୍ରସ୍ତୁତି ରେ ବ୍ୟବହୃତ ସରଞ୍ଜାମକୁ ଜବତ କରାଯାଇଛି। ସାହାର ପଡା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ସାହାରପଡାରୁ ମଲ୍ଲିପଶି ମଧ୍ୟରେ ରାସ୍ତା କଡରେ ବିକ୍ରି ହେଉଥିବା ବେଆଇନ ଅସ୍ଥାୟୀ ମହୁଲି, ହାଣ୍ଡିଆ, ରସି ଦୋକାନଗୁଡ଼ିକୁ ପୋଲିସ ଫୋର୍ସ ସହାୟତାରେ ଭାଙ୍ଗି ଦେଇଛି। ପୋଲିସ ଚଢ଼ାଉ ଯୋଗୁ ଘଟଣାସ୍ଥଳରୁ ମଦ ବେପାରୀମାନେ ଛତ୍ର ଭଙ୍ଗ ଦେଇ ଦୌଡ଼ି ପଳାଇଥିଲେ । ପୋଲିସ ଏହି ଘଟଣାରେ କାହାରିକୁ ଗିରଫ କରିବାକୁ ସଫଳ ହୋଇ ହୋଇ ପାରିନାହିଁ। ଏହି ଚଢାଉରେ ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ସହ ସାହାରପଡା ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦି, ଏଏସଆଇଏନ ଲୁଗୁନ, ଥାନା ହାବିଲଦାର, ଫୋର୍ସ, ହୋମ ଗାର୍ଡମାନେ ସାମିଲ ହୋଇଥିଲେ।

Share