ବାଲେଶ୍ୱର ଅଫିସ, ୨୯ା୬-ବାଲେଶ୍ୱର ସହରରେ ଥିବା ବିଭିନ୍ନ ନର୍ସିଂହୋମରେ ରବିବାର ସ୍ବାସ୍ଥ୍ୟ ବିଭାଗର ୫ ଟିମ୍ ଚଢାଉ କରି କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହାର ତଦାରଖ କରିଥିଲେ। ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଲାଲସେନ ଜଗଦେଙ୍କ ନେତୃତ୍ୱରେ ଏହି ଟିମ୍ ଯାଞ୍ଚ କରିଥିଲେ। ସିଡିଏମଓଙ୍କ ସମେତ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର, ଡ଼ିଏସ୍ପି ଓ ଜିଲା କୋଭିଡ ଇନଚାର୍ଜ ସାମିଲ ଥିଲେ। ପ୍ରଥମ ଦିନରେ ୩ଟି ନର୍ସିଂହୋମରେ ଯାଞ୍ଚ କରାଯାଇଛି। ଏଭଳି ଯାଞ୍ଚ ଆଗାମୀ ୭ଦିନ ପର୍ଯ୍ୟନ୍ତ ଚାଲିବା ସହିତ ମେଡିକାଲ ଟିମ୍ ଗଠନ କରାଯାଇ ତାଲିମ ପ୍ରଦାନ କରାଯିବ ବୋଲି ସିଡିଏମ୍ଓ କହିଛନ୍ତି।