Categories: ଜାତୀୟ

ଆତଙ୍କବାଦୀ ଶିବିରରେ ଚଢ଼ାଉ, ୬ ଷ୍ଟିକି ବୋମା ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର, ୪।୭ : ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ଆତଙ୍କବାଦୀ ଶିବିର ଉପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଇ କରାଯାଇଛି। ସେଠାରୁ ୬ ଷ୍ଟିକ ବୋମା ସମେତ ବହୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ସୋମବାର କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

ରବିବାର ରେସି ଜିଲାର ଏକ ଗାଁରେ ଲୋକମାନେ ଲଶ୍କର-ଇ-ତୋଏବା କମାଣ୍ଡର ତାଲିବ ହୁସେନ ଶାହା ଏବଂ ତାଙ୍କ ସହଯୋଗୀ ଫୈସଲ ଅହମ୍ମଦ ଦାରଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ନ୍ୟୁଜ ଏଜେନ୍ସିରେ ପ୍ରକାଶିତ ଖବର ଅନୁଯାୟୀ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପଚରାଉଚରା ବେଳେ ଶାହା ରାଜୌରୀର ଡ୍ରାଜ ଗ୍ରାମରେ ଆତଙ୍କବାଦୀ ଶିବିର ଥିବା ସମ୍ପର୍କରେ ସୂଚନା ଦେଇଥିଲେ।

ଏହା ପରେ ସେଠାରେ ଚଢ଼ାଉ କରାଯାଇଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ ଚଢ଼ାଉ ବେଳେ ସେଠାରୁ ୬ ଟି ଷ୍ଟିକି ବୋମା, ଗୋଟିଏ ପିସ୍ତଲ, ୩ ପିସ୍ତଲ ମାଗାଜିନ, ପିସ୍ତଲ କାର୍ଟ୍ରିଜ, ଗୋଟିଏ ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚର, ତିନୋଟି ୟୁବିଜିଏଲ ଗ୍ରେନେଡ, ଏକେ ଆସଲ୍ଟ ରାଇଫଲର ୭୫ ଟି କାର୍ଟ୍ରିଜ ଏବଂ ରିମୋଟ ସହିତ ଗୋଟିଏ ଆଇଡି ଆଣ୍ଟେନା ଜବତ ହୋଇଛି।

Share