ଘିଅ କମ୍ପାନୀ ଉପରେ ଚଢ଼ାଉ, ୧୪୪୮ କିଲୋରୁ ଅଧିକ ନକଲି ଗୁଆଘିଅ, ସସ୍‌ ଜବତ

ଚୌଦ୍ୱାର,୧୪।୯(ଡି.ଏନ.ଏ): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକା ୯ ନମ୍ବର ୱାର୍ଡ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ରାସ୍ତାରେ ଥିବା ଏକ ନକଲି ଘିଅ ଓ ସସ୍‌ କମ୍ପାନୀ ଉପରେ ଚୌଦ୍ୱାର ପୋଲିସ ଚଢ଼ାଉ କରିଛି। ଏହି କମ୍ପାନୀ ଆଜିକୁ ଦୀର୍ଘ ୫ବର୍ଷ ହେବ ନକଲି ଘିଅ ଏବଂ ସସ୍‌ ପ୍ରସ୍ତୁତ କରିଆସୁଥିଲା। ସୋମବାର ପୋଲିସ ଚଢାଉବେଳେ କମ୍ପାନୀ ଭିତରୁ ୧୪୪୮ କିଲୋରୁ ଉଦ୍ଧ୍ୱର୍ର୍ ଗୁଆଘିଅ, ଚିଲି ସସ୍‌, ଟମାଟୋ ସସ୍‌ ଜବତ କରାଯାଇଥିଲା। ଏହାସହ ସେଥିରେ ମିଶାଯାଉଥିବା ବିଭିନ୍ନ ରାସାୟନିକ ଦ୍ରବ୍ୟକୁ ମଧ୍ୟ ପୋଲିସ ଜବତ କରିଛି। ୫ ବର୍ଷ ହେବ ଏଠି ନକଲି ଘିଅ ଏବଂ ସସ୍‌ ପ୍ରସ୍ତୁତି ହୋଇ ମାର୍କେଟ ସପ୍ଲାଏ ହେଉଥିବାବେଳେ ପୋଲିସ କିଭଳି ଏହାର ଟେର ପାଇ ନ ଥିଲା ତାହା ସାଧାରଣରେ ପ୍ରଶ୍ନ ଉଠୁଛି। ପୋଲିସ କମ୍ପାନୀ ମାଲିକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Share