ନକଲି ଡାକ୍ତରଙ୍କ ଘରେ ଚଢ଼ାଉ: ୧୫ ପାସ୍‌ବୁକ୍‌ ଜବତ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ତାଙ୍କ ଘରେ କମିଶନରେଟ ପୋଲିସ ପକ୍ଷରୁ ଚଢାଉ କରାଯାଇଛି। ମଙ୍ଗଳବାର ରାତିରେ କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ରେ ଥିବା ରମେଶଙ୍କ ଘରୁ ୧୫ଟି ବ୍ୟାଙ୍କ ପାସବୁକ ସ୍ବନ୍ତ୍ର ଟିମ ଜବତ କରିଛି । ଏଥିସହିତ କୋଲକାତାରୁ ଠକେଇ କରି ଆଣିଥିବ ଏକ ମେଶିନ ଜବତ କରାଯାଇଛି । ସ୍ବତନ୍ତ୍ର ଟିମ ରମେଶର ଭିଣୋଇ ଗଣେଶଙ୍କ ଘରେ ମଧ୍ୟ ଚଢାଉ କରିଥିଲା । ହେଲେ ସେଠାରେ କିଛି ମିଳି ନ ଥିଲା।

Share