Advertisement

ମଦ ବ୍ୟବସାୟୀଙ୍କ ଘରେ ଜାରି ରହିଛି ଚଢ଼ାଉ: ମିଳୁଛି ପୁଳାପୁଳା ଟଙ୍କା

ଅନୁଗୋଳ,୨୧ା୩: ଅନୁଗୋଳର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଆୟକର ବିଭାଗର ବଡ଼ ଧରଣର ରେଡ୍‌ ଜାରି ରହିଛି। ଶୁକ୍ରବାର ଦ୍ବିତୀୟ ଦିନରେ ଚଢ଼ାଉ ବେଳେ ଆୟକର ବିଭାଗର ଅଧିକାରୀମାନେ ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ଜବତ କରିଥିବା ସୂଚନା ମିଳିଛି। ଏପରିକି ଗୋଟିଏ ସ୍ଥାନରୁ ୭କୋଟି ଟଙ୍କା ଜବତ କରାଯାଇଛି। ଆୟକର ବିଭାଗର ଅଧିକାରୀମାନେ ୧୫ଟି ସ୍ଥାନରେ ଏହି ଚଢାଉ ଜାରି ରଖିଛନ୍ତି।

ସୂଚନା ଯୋଗ୍ୟ, ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଗୁରୁବାର ଆୟକର ବିଭାଗର ୯ ଜଣିଆ ଟିମ ଚଢ଼ାଉ କରିଥିଲା। ଏହି ଚଡାଉ ଅନୁଗୋଳ ସମେତ ତାଳଚେର, କାମାକ୍ଷାନଗର, ପୁରୀ ଏବଂ ଭୁବନେଶ୍ବରରେ ହୋଇଥଲା। ଏପରିକି ପାରଳାଖେମୁଣ୍ଡିର ୩ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ କରାଯାଇଥିଲା।

ଅନୁଗୋଳରେ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଆୟକର ରେଡ ଜାରି। ଆଜି ବି ଦ୍ବିତୀୟ ଦିନରେ ଚଢ଼ାଉ ଚାଲିଛି। ମୋଟ ୧୫ଟି ସ୍ଥାନରେ ରେଡ କରୁଛି ଆଇଟି ଟିମ୍‌।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share