ମାଓବାଦୀ କ୍ୟାମ୍ପରେ ଚଢ଼ାଉ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିର/ଚିତ୍ରକୋଣ୍ଡା,୨୮।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ମାଓବାଦୀ କ୍ୟାମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ ହୋଇଛି। ସ୍ବାଭିମାନ ଅଞ୍ଚଳରେ ଦୁଇଦିନ ହେଲା ପୋଲିସ ସର୍ଚ୍ଚ ଅପରେଶନ ଜାରି ରଖିଥିଲା। ମଙ୍ଗଳବାର ଜିଲାର ସ୍ବାଭିମାନ ଅଞ୍ଚଳର ଜୁମଡାଙ୍ଗ ଗ୍ରାମ ନିକଟରେ ସୁରକ୍ଷା କର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ମଧ୍ୟ ହୋଇଥିଲା । ତେବେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ବୁଧବାର ମାଓବାଦୀ କ୍ୟାମ୍ପରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସ୍ବାଭିମାନ ଅଞ୍ଚଳରେ ପେପରମେଟାଲ ନିକଟସ୍ଥ ଭୀମରାମ ଜଙ୍ଗଲରେ ଏହି ମାଓବାଦୀ କ୍ୟାମ୍ପ ଚାଲିଥିବା ପୋଲିସ ସକାଳେ ଚଢ଼ାଉ କରିଥିଲା। ତେବେ ଏହି ସମୟରେ ବହୁ ହାର୍ଡକୋର ମାଓବାଦୀ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିବା ଏସ୍‌ପି ଡି. ଖିଲାରୀ କହିଛନ୍ତି।

Share