Categories: ବାଣିଜ୍ୟ

ରାଇସ୍‌ ବ୍ରାନ୍‌ ତେଲ ଉତ୍ପାଦନକାରୀ ସଂସ୍ଥା ଉପରେ ଚଢ଼ାଉ

କଟକ,୧୯।୫: ଓଡ଼ିଶା ରାଜ୍ୟ ସିଟି ଏବଂ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଶାଖା ପାଖରେ ବିଭିନ୍ନ ରାଇସ୍‌ ବ୍ରାନ୍‌ ତେଲ ଉତ୍ପାଦନକାରୀ ସଂସ୍ଥା ବିରୋଧରେ ଟିକସ ଫାଙ୍କି ଅଭିଯୋଗ ବାରମ୍ବାର ଆସୁଥିଲା। ଏହି ଅଭିଯୋଗ ଭିତ୍ତିରେ ରାଜ୍ୟ ପ୍ରବର୍ତ୍ତନ ସଂସ୍ଥା ବିଭିନ୍ନ ରାଇସ୍‌ ବ୍ରାନ୍‌ ତୈଳ ଉତ୍ପାଦନକାରୀ କମ୍ପାନୀଙ୍କ ଉପରେ ନଜର ରଖିଥିଲା। କମ୍ପାନୀଗୁଡ଼ିକୁୁ ନେଇ ଥିବା ବିଭିନ୍ନ ତଥ୍ୟ ଏବଂ ଫଳାଫଳ ଆଧାରରେ ରାଜ୍ୟ ସିଟି ଏବଂ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଶାଖା ପକ୍ଷରୁ ସମ୍ବଲପୁର, ବରଗଡ଼ ଏବଂ କଳାହାଣ୍ଡି ଜିଲାରେ ଅବସ୍ଥିତ ୭ଟି ରାଇସ୍‌ ବ୍ରାନ୍‌ ତେଲ ଉତ୍ପାଦନକାରୀ ସଂସ୍ଥାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଉତ୍ପାଦନ ୟୁନିଟ୍‌, ବ୍ୟବସାୟ ସ୍ଥାନ ଏବଂ ଗୋଦାମ ଉପରେ ବୁଧବାର ଏକକାଳୀନ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ମିଳିଥିବା କମ୍ପ୍ୟୁଟର, ଲାପ୍‌ଟପ୍‌ ଏବଂ ଅନ୍ୟାନ୍ୟ ଦଲିଲଗୁଡ଼ିକୁ ଅଧିକ ଅନୁସନ୍ଧାନ ପାଇଁ ଜବତ କରାଯାଇଛି।

Share