Advertisement

ଆଉ ଦିନକ ପରେ ବଡଦିନ: ରାଇକିଆ ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ,୨୩।୧୨(ପ୍ରଦୀପ ବେହେରା): ଆଉ ଦିନକ ପରେ ବଡଦିନ। ଏନେଇ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ବଡ଼ ଦିନ ପର୍ବକୁ ଶାନ୍ତି ଶୃଙ୍ଖଳା ସହକାରେ ପାଳନ କରିବା ପାଇଁ ସୋମବାର ରାଇକିଆ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ରାଇକିଆ ଥାନା ପରିସରରୁ ପୋଲିସ ଏବଂ ସୁରକ୍ଷା କର୍ମୀ ଫ୍ଲାଗମାର୍ଚରେ ବାହାରି ସହର ପରିକ୍ରମା କରିଥିଲେ।

ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଏଥି ସହିତ ଚର୍ଚ୍ଚଗୁଡିକରେ ସୁରକ୍ଷା କର୍ମୀ ମୁତୟନ କରିବାକୁ ପଦକ୍ଷେପ ନିଆଯାଇଛି। ଏପରିକି ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରିବାକୁ ପୋଲିସ ପକ୍ଷରୁ ବ୍ୟବସ୍ଥା ହୋଇଛି। ପୂର୍ବରୁ ଥାନା ପରିସରରେ ସମନ୍ବୟ ବୈଠକ ଆୟୋଜନ ହୋଇଥିବା ବେଳେ ରାଇକିଆ ପୋଲିସପକ୍ଷରୁ ସ୍ଥିତି ଉପରେ ଅଧିକ ନଜର ରଖାଯାଇଥିବା ଥାନା ଆଇଆଇସି ସୁରେଶ ତ୍ରିପାଠୀ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share