ରାଇକିଆ,୧୧ା୭(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ସହରରୁ ଶୁକ୍ରବାର ୨ଜଣ ପଜିଟିଭ୍ ଚିହ୍ନଟ ପରେ ଶନିବାର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଲୋକାଲ କେସ ହୋଇଥିବାରୁ ରାଇକିଆ ସମେତ ୧୩ଟି ଗ୍ରାମକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାରିକେଟ୍ କରାଯାଇ ଲୋକଙ୍କ ଗତିବିଧି ଉପରେ ରୋକ ଲଗାଯାଇଛି। ଭାଇରସ୍ ମୁକ୍ତ କରିବା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଶନିବାର ରାଇକିଆର ବିଭିନ୍ନ ସ୍ଥାନ ସାଇଟାଇଜ୍ କରଯାଉଛି। ପ୍ରଥମ ପଦକ୍ଷେପ ସ୍ବରୂପ ରାଇକିଆ ମୁଖ୍ୟ ରାସ୍ତାରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯାଇଛି। ବିଭିନ୍ନ କାର୍ଯ୍ୟାଳୟ ସମେତ ପ୍ରମୁଖ ଛକ, ଏଟିଏମ୍ଗୁଡ଼ିକୁ ମଧ୍ୟ ସାନିଟାଇଜ କରାଯାଇଛି।