Categories: ଜାତୀୟ

ହାତୀ ମୃତ୍ୟୁ ରୋକିବାକୁ ଏଆଇ ଜଗିବ ରେଳ ଧାରଣା

ନୂଆଦିଲ୍ଲୀ,୭।୯: ଟ୍ରେନ ଦୁର୍ଘଟଣା କାରଣରୁ ଘଟୁଥିବା ହାତୀ ମୃତ୍ୟୁକୁ ରୋକିବା ଲାଗି ରେଳ ବିଭାଗ ନୂଆ ଯୋଜନା କରିଛି। ଉତ୍ତର ପୂର୍ବ ମଧ୍ୟ ରେଳ ଜୋନ୍‌ ଅଧୀନରେ ଥିବା ୧୧ଟି ହାତୀ କରିଡରରେ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ପରିଚାଳିତ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ (ଆଇଡିଏସ୍‌) ବ୍ୟବହାର କରାଯିବ।

ଏହାକୁ ୨୦୨୨ ଡିସେମ୍ବରରେ ପ୍ରଥମଥର ଲାଗି ଆଲିପୁରଦୁଆର ଡିଭିଜନରେ ଆରମ୍ଭ କରାଯାଇଥିଲା। ଉତ୍ତର ପୂର୍ବ ମଧ୍ୟ ରେଳପଥର ସୂଚନା ଅନୁସାରେ ଆଇଡିଏସ୍‌ ପ୍ରଣାଳୀ ଆରମ୍ଭ ହେବାର ୮ ମାସ(ଡିସେମ୍ବର ୨୦୨୨ରୁ ଜୁଲାଇ ୨୦୨୩) ମଧ୍ୟରେ ୯,୭୬୮ ଥର ସତର୍କ ସୂଚନା ମିଳିଛି। ହାତୀଙ୍କ ପାଦ ଚିହ୍ନ ରେଳ ଧାରଣା ପାର୍ଶ୍ୱରେ ପଡ଼ିଥାଏ। ଫଳରେ ଏହି ଆଇଡିଏସ୍‌, ହାତୀ ରେଳଧାରଣା ପାର କରିବା ପୂର୍ବରୁ ଷ୍ଟେଶନ ମାଷ୍ଟର, ଟ୍ରେନ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କୁ ସତର୍କ କରାଇ ଦେଇଥାଏ।

Share