ବାୟୁର ଆର୍ଦ୍ରତାରୁ ତିଆରି ହେବ ପାଣି, ପିଇବେ ରେଳଯାତ୍ରୀ: ଷ୍ଟେଶନରେ ଲାଗିବ ମେଘଦୂତ ମେଶିନ

ଚଣ୍ଡିଗଡ଼,୧୩ ।୯: ଚଣ୍ଡିଗଡ଼ ରଲୱେ ଷ୍ଟେଶନରେ ଖୁବଶୀଘ୍ର ଶୁଦ୍ଧ ପିଇବା ପାଣି ମିଳିଯିବ ବୋଲି ଆଶା କରାଯାଉଛି । ଏଥିପାଇଁ କାମ ଇଣ୍ଡିଆନ ରେଲୱେ ଷ୍ଟେଶନ ଡେଭଲପମେଣ୍ଟ କର୍ପୋରେଶନ(ଆଇଆର୍‌ଏସ୍‌ଡିସି) ଆରମ୍ଭ କରି ସାରିଛନ୍ତି । ପବନରୁ ପାଣି ପ୍ରସ୍ତୁତ ପାଇଁ ଲଗାଯିବାକୁ ଥିବା ମେଶିନ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ । ଏହି ମେଶିନ ତେଲେଙ୍ଗାନାର ସିକନ୍ଦରାବାଦ ରେଲୱେ ଷ୍ଟେଶନ ଭଳି ଚଣ୍ଡିଗଡ଼ ରେଲୱେ ଷ୍ଟେଶନରେ ଲଗାଯିବ ବୋଲି କୁହାଯାଉଛି । ଏହି ମେଶିନ ପବନର ଆର୍ଦ୍ରତାରୁ ପାଣି ତିଆରି କରିବ ବା ସଂଗ୍ରହ କରିବ । ଏହାକୁ ମେଘଦୂତ ଟେକନିକରେ ପ୍ରସ୍ତୁତ କରାଯିବ । ରେଲୱେ ଅଧିକାରୀମାନେ ଦାବି କରିଛନ୍ତି ଯେ ଏହା ପିଇବା ଉପଯୁକ୍ତ ହେବ । ଏହି ପାଣି ଡବ୍ଲୁଏଚ୍‌ଓ ଓ ଜଳଶକ୍ତି ମନ୍ତ୍ରଣାଳୟର ଗୁଣବତ୍ତାର ଅନୁରୂପ ହେବ । ଏହାକୁ ମେକ ଇନ୍ ଇଣ୍ଡିଆ ଦ୍ୱାରା ତିଆରି କରାଯିବ । ଏହି ମେଶିନ ପରିବେଶ ଅନୁକୂଳ ହୋଇଥିବା ବେଳେ ଏହା ସବୁ ପ୍ରକାର ପାଣିପାଗରେ କାମ କରିବ । ଏହା କୌଣସି ପାଣିର ସ୍ରୋତ ଉପରେ ନିର୍ଭର କରି ନ ଥାଏ । ଏହାଦ୍ୱାରା କୌଣସି ୱେଷ୍ଟ ଉତ୍ପନ୍ନ ହୋଇ ନ ଥାଏ । ଏହା ପରିବେଶ ଅନୁକୂଳ । ଦିନକୁ ଦିନ ଭୂତଳ ଜଳସ୍ତର କମି କମି ଯାଉଥିବା ବେଳେ ବର୍ଷାଜଳ ସଂଗ୍ରହ କରିବାକୁ କୁହାଯାଉଛି । ପରିବେଶବିତଙ୍କ କହିବା କଥା ହେଲା ୨୦୩୦ ବେଳକୁ କେବଳ ୬୦ ପ୍ରତିଶତ ପାଣି ବ୍ୟବହାର ଉପଯୋଗୀ ରହିବ । ତେଣୁ ଏବେଠାରୁ ପାଣି ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Share