ନୂଆଦିଲ୍ଲୀ,୩।୩: କୃଷକ ଆନ୍ଦୋଳନ ଜାରି ରହିଛି। କୃଷକ ନେତା ଜଗଜିତ ସିଂ ଡାଲେୱାଲ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଡାଲେୱାଲ କହିଛନ୍ତି, ଆମେ ନିଷ୍ପତ୍ତି ନେଇଛୁ ଯେ, ମାର୍ଚ୍ଚ ୬ରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ରେଳ, ବସ ଏବଂ ବିମାନ ଯୋଗେ (ଦିଲ୍ଲୀ) ଆସିବେ। ମାର୍ଚ୍ଚ ୧୦ରେ ଦିନ ୧୨ ରୁ ୪ଟା ପର୍ଯ୍ୟନ୍ତ ଆମର ଏକ ରେଳ ରୋକୋ ଆନ୍ଦୋଳନ ହେବ। ଆମେ ନିବେଦନ କରୁଛୁ ଯେ ଏଥିରେ ଯେତେ ଲୋକ ଅଂଶଗ୍ରହଣ କରନ୍ତୁ।
ଡାଲେୱାଲ ଆହୁରି ମଧ୍ୟ କହିଛନ୍ତି, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇ ନାହିଁ। ଆମେ ଏଥିରୁ ପଛଘୁଞ୍ଚା ଦେଇନାହୁଁ। କେନ୍ଦ୍ର ସରକାରଙ୍କୁ ନାକେ ପାଣି ପିଆଇବାକୁ ରଣନୀତି ପ୍ରସ୍ତୁତ କରିଛୁ। ଯେଉଁଠାରେ ଆମେ ବସିଛୁ ସେହି ସୀମାରେ ଆମେ ସଂଖ୍ୟା ବୃଦ୍ଧି କରିବୁ। ଆମେ ମଧ୍ୟ କୃଷକମାନଙ୍କୁ ଅନ୍ୟ ସୀମାକୁ ଆଣିବାକୁ ଚେଷ୍ଟା କରିବୁ।