ପାରଳାଖେମୁଣ୍ଡି,୧୦ା୬(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ରେଳ ଷ୍ଟେଶନରେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକେ ବିଭିନ୍ନ ଦାବି ନେଇ ରେଳରୋକୋ କରିଛନ୍ତି। ଦାବିଗୁଡ଼ିକ ମଧ୍ୟରେ ଷ୍ଟେଶନର ଦୋହରୀକରଣ, ପାନୀୟ ଜଳ ବ୍ୟବସ୍ଥା, ଷ୍ଟେଶନରେ ପ୍ରେକ୍ଷାଳୟ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ୩୦ ମିନିଟ୍ ଧରି ଗୁଣପୁର-ପୁରୀ ଟ୍ରେନକୁ ଅଟକାଇ ଥିଲେ। ପରବର୍ତ୍ତୀ ସମୟରେ ଆର୍ପିଏଫ୍ ଏବଂ ରେଳବାଇ କର୍ତ୍ତୃପକ୍ଷ ଆସି ବୁଝାଶୁଝା କରିବା ପରେ ଟ୍ରେନ୍ ଚଳାଚଳ ହୋଇଛି।