ବିନା ଟିକେଟ ରେଳଯାତ୍ରା ବଢ଼ୁଛି

ନୂଆଦିଲ୍ଲୀ,୨୧।୨(ପି.ଟି.): ବିନା ଟିକେଟରେ ରେଳଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୦୨୧-୨୨ ଆର୍ଥତ୍କ ବର୍ଷର ପ୍ରଥମ ୯ ମାସରେ ୧.୭୮ କୋଟିରୁ ଊର୍ଦ୍ଧ୍ୱ ଯାତ୍ରୀ ବିନା ଟିକେଟରେ ଏବଂ ଲଗେଜ୍‌ ବୁକ୍‌ ନ କରି ଯାତ୍ରା କରୁଥିବାବେଳେ ଧରାପଡ଼ିଛନ୍ତି। କୋଭିଡ୍‌ ପୂର୍ବରୁ ଅର୍ଥାତ୍‌ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଏହା ୭୯ ପ୍ରତିଶତ ଅଧିକ ବୋଲି ଆର୍‌ଟିଆଇ ଆବେଦନ ବଳରେ ଜଣାପଡ଼ିଛି। ଏପରିକି ୨୦୨୦-୨୧ରେ କରୋନା ଜନିତ କଟକଣା ଲାଗୁ ହୋଇଥିବାବେଳେ ୨୭ ଲକ୍ଷ ବିନା ଟିକେଟ ଯାତ୍ରୀ ଧରାପଡ଼ିଥିଲେ। ମଧ୍ୟପ୍ରଦେଶର ଚନ୍ଦ୍ରଶେଖର ଗୌର ନାମକ ଆର୍‌ଟିଆଇ କର୍ମୀଙ୍କ ଆବେଦନ ଉପରେ ରେଲଓ୍ବେ ବୋର୍ଡ ଉପରୋକ୍ତ ତଥ୍ୟ ପ୍ରଦାନ କରିଛି। ଗତବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ୧.୭୮ କୋଟିରୁ ଊର୍ଦ୍ଧ୍ୱ ଲୋକ ବିନା ଟିକେଟ, ଅନୁପଯୁକ୍ତ ଟିକେଟ କିମ୍ବା ଲଗେଜ୍‌ ବୁକ୍‌ ନ କରି ଯାତ୍ରା କରୁଥିବାବେଳେ ଧରାପଡ଼ିଥିଲେ। ସେମାନଙ୍କଠାରୁ ୧,୦୧୭.୪୮ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଥିଲା। କୋଭିଡ୍‌ କଟକଣା ହଟିଥିଲେ ମଧ୍ୟ ଅଧିକାଂଶ ଏକ୍ସପ୍ରେସ୍‌ ଓ ସୁପରଫାଷ୍ଟ ଟ୍ରେନ୍‌ ପାଇଁ ଅନ୍‌ଲାଇନ ଟିକେଟ ବୁକ୍‌ ହେବା ବିନା ଟିକେଟ ଯାତ୍ରା ବଢ଼ିବାର ଅନ୍ୟତମ ମୁଖ୍ୟ କାରଣ ବୋଲି କୁହାଯାଉଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୧.୧୦ କୋଟି ବିନା ଟିକେଟ ଯାତ୍ରୀ ଧରାପଡ଼ିଥିଲେ ଓ ସେମାନଙ୍କଠାରୁ ୫୬୧.୭୩ କୋଟି ଟଙ୍କା ଜରିମାନା ଆଦାୟ ହୋଇଥିଲା। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ୨୭.୫୭ ଲକ୍ଷ ଧରାପଡ଼ିଥିଲେ ଓ ସେମାନଙ୍କଠାରୁ ୧୪୩.୮୨ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri