ଉଦ୍‌ଘାଟିତ ହେଲା ରେଲକୋଚ୍‌ ରେଷ୍ଟୁରାଣ୍ଟ

ରାୟଗଡ଼ା,୧୦।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନ ପରିସରରେ ପ୍ରଥମ ଥର ପାଇଁ ରେଲକୋଚ୍‌ ରେଷ୍ଟୁରାଣ୍ଟ ଉଦ୍‌ଘାଟନ ହୋଇଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏନ୍‌.ଭାସ୍କର ରାଓ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଏସ୍‌ପି ବିବେକାନନ୍ଦ ଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ରେଲକୋଚ୍‌ ରେଷ୍ଟୁରାଣ୍ଟ ୨୪ଘଣ୍ଟା ଖୋଲା ରହିବ। ଏହାଦ୍ୱାରା ଟ୍ରେନରେ ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀମାନେ ଖାଦ୍ୟପେୟର ସୁବିଧା ପାଇପାରିବେ। ଏପରି କି ରେଷ୍ଟୁରାଣ୍ଟକୁ ଆକର୍ଷଣୀୟ ଢଙ୍ଗରେ ନିର୍ମାଣ କରାଯାଇଛି। ମୁଖ୍ୟତଃ ରେଳଡବା ଭିତରେ ରେଷ୍ଟୁରାଣ୍ଟ ସୁବିଧା ଯାତ୍ରୀଙ୍କୁ ଆକର୍ଷଣ କରିବ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି । ରେଲକୋଚ୍‌ ରେଷ୍ଟୁରାଣ୍ଟକୁ କୀର୍ତ୍ତି ଗ୍ରୁପ ନାମକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏହା ଦ୍ୱାରା ଆଗାମୀ ଦିନରେ ଲୋକେ ବିଳମ୍ବିତ ରାତ୍ରିରେ ମଧ୍ୟ ଖାଦ୍ୟର ସୁବିଧା ପାଇପାରିବେ ବୋଲି ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Share