ରେଳ ବଜେଟ: ଓଡିଶାକୁ ୧୦,୫୩୬ କୋଟି ଅନୁଦାନ

ନୂଆଦିଲ୍ଲୀ,୧।୨: ଗୁରୁବାର ଲୋକସଭାରେ ଅନ୍ତରୀଣ ବଜେଟ ଆଗତ ହୋଇଥିଲା ବେଳେ ରେଳ ପାଇଁ ଓଡ଼ିଶାକୁ ୧୦,୫୩୬ କୋଟି ଟଙ୍କା ଅନୁଦାନ ମିଳିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନ ଦେଇଛନ୍ତି।

ସେ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ୧୦ ହଜାର ୫୩୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସାମ୍ବାଦିକମାନଙ୍କୁ ସୂଚନା ଦେଇ ରେଳମନ୍ତ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ଦ୍ରୁତଗତିରେ ରେଳ ବିକାଶ କାର୍ଯ୍ୟ ଆଗେଇ ଚାଲିଛି ।

ଗତ ୩ ବର୍ଷ ହେଲା ବର୍ଷକୁ ଓଡ଼ିଶାକୁ ହାରାହାରି ୧୦ ହଜାର କୋଟି ଟଙ୍କା ଅନୁଦାନ ମିଳୁଛି । ଏବେ ବର୍ଷକୁ ୪୭୩ କିଲୋମିଟର ନୂଆ ରେଳ ଲାଇନ୍‌‌ ତିଆରି କରାଯାଉଛି । କଟକଭୁବନେଶ୍ୱର-ପୁରୀରେ ବନ୍ଦେ ମେଟ୍ରୋ ଚଳାଚଳ କରାଯିବା ନେଇ ମନ୍ତ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ।

Share