Categories: ଜାତୀୟ

ବଜେଟ୍‌ରେ ରେଳ ବିଭାଗକୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍‌ରେ କ୍ରିପ୍ଟୋକରେନ୍ସି, ୫ଜି, କୃଷିଠାରୁ ପ୍ରତିରକ୍ଷା ପର୍ଯ୍ୟନ୍ତ ଅନେକ ବଡ ଘୋଷଣା କରାଯାଇଛି। ଏହା ବ୍ୟତୀତ ସରକାର ରେଳ ବିଭାଗ ପାଇଁ ଏକ ବାକ୍ସ ମଧ୍ୟ ଖୋଲିଛନ୍ତି। ଏଥି ସହିତ ବଜେଟରେ ରେଳ ମନ୍ତ୍ରଣାଳୟକୁ ୧୪୦୩୬୭.୧୩କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା ଗତ ଆର୍ଥିକ ବର୍ଷର ସଂଶୋଧିତ ଆକଳନ ତୁଳନାରେ ୨୦,୩୧୧ କୋଟି ଟଙ୍କା ଅଧିକ। ଅତିରିକ୍ତ ଭାବେ Dedicated Freight Corridor (DFC) ଭାବେ ୧୫,୭୧୦.୪୪ କୋଟି ଦିଆଯାଇଛି। ଅପରେସନ ଓ ରକ୍ଷାଣବେକ୍ଷଣ ପାଇଁ ଏହାକୁ ଖର୍ଚ୍ଚ କରାଯିବ। ବଜେଟରେ ରେଳ ଲାଇନର ନବୀକରଣ ପାଇଁ ୧୩,୩୩୫.୪୭ କୋଟି, ଗଜ କନଭରସନ ପାଇଁ ୨,୮୫୦ କୋଟି ଓ ଦୋହରୀକରଣ ପାଇଁ ୧୨,୧୦୮ କୋଟି ଟଙ୍କା ଦିଆଯାଇଛି। ନୂଆ ରେଳ ଲାଇନ ପାଇଁ ମଧ୍ୟ ୨୫,୨୪୩ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଆସନ୍ତା ତିନି ବର୍ଷ ମଧ୍ୟରେ ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ। ୨୦୨୨-୨୩ ପାଇଁ ବଜେଟ ଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ଏହି ଘୋଷଣାକୁ ସ୍ବାଗତ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,ଡାକଘର ଏବଂ ରେଳ ବିଭାଗର ଏକୀକରଣ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଉତ୍ତମ ସେବା ପ୍ରଦାନ କରିବ। ରେଳବାଇ କ୍ଷୁଦ୍ର ଚାଷୀ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ନୂତନ ଉତ୍ପାଦ ଏବଂ ସେବା ଆରମ୍ଭ କରିବ।

Share