Posted inଜାତୀୟ

ଟ୍ରେନ୍‌ ଟିକେଟ ଆଡଭାନ୍ସ ବୁକିଂ ସମୟ ସୀମା କମାଇଲା ରେଲୱେ, ଜାଣନ୍ତୁ କେତେଦିନ ଆଗରୁ କରିପାରିବେ

ନୂଆଦିଲ୍ଲୀ,୧୭ା୧୦: ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍ ଟିକେଟ ଆଡଭାନ୍ସ ବୁକିଂ ସମୟ ସୀମା ହ୍ରାସ କରାଯାଇଛି। ଆଗରୁ ୪ ମାସ ପୂର୍ବରୁ ବୁକିଂ କରି ହେଉଥିବା ବେଳେ ଏଣିକି ୨ ମାସ ପୂର୍ବରୁ କରିହେବ ଆଡଭାନ୍ସ ବୁକିଂ। ସମୟ ସୀମା ହ୍ରାସ ନେଇ ରେଲୱେ ବୋର୍ଡ ପକ୍ଷରୁ ଚିଠି କରାଯାଇଛି।

ଏହି ନୂତନ ନିୟମ ୨୦୨୪ ନଭେମ୍ବର ୧ ରୁ ଲାଗୁ ହେବ ବୋଲି ଭାରତୀୟ ରେଲୱେ କହିଛି। ଚିଠିରେ ଲେଖାଅଛି, “୦୧.୧୧.୨୦୨୪ ରୁ, ଏଆରପି ୬୦ ଦିନ ହେବ (ଯାତ୍ରା ଦିନକୁ ବାଦ ଦେଇ) ଏବଂ ସେହି ଅନୁଯାୟୀ ବୁକିଂ କରାଯିବ। ୬୦ ଦିନର ଏଆରପି ବାହାରେ କରାଯାଇଥିବା ବୁକିଂ ବାତିଲକୁ ଅନୁମତି ଦିଆଯିବ।

ଅବଶ୍ୟ, ତାଜ ଏକ୍ସପ୍ରେସ, ଗୋମତି ଏକ୍ସପ୍ରେସ ଇତ୍ୟାଦି ନିର୍ଦ୍ଦିଷ୍ଟ ଦିନର ଏକ୍ସପ୍ରେସ ଟ୍ରେନ୍, ଯେଉଁଠାରେ ଅଗ୍ରୀମ ସଂରକ୍ଷଣ ପାଇଁ କମ୍ ସମୟ ସୀମା ଅଛି, ବଳବତ୍ତର ଏହି ପରିବର୍ତ୍ତନରୁ ଅଲଗା ରହିବ। ଅଧିକନ୍ତୁ, ବିଦେଶୀ ପର୍ୟ୍ୟଟକଙ୍କ ପାଇଁ ୩୬୫ ଦିନର ସୀମା କ୍ଷେତ୍ରରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ। ତଥାପି, ନୂତନ ନିୟମ ଯେଉଁମାନେ ଟିକେଟ୍ ବୁକ୍ କରିସାରିଛନ୍ତି ସେମାନେ ମଧ୍ୟ କୌଣସି ପ୍ରକାର ପ୍ରଭାବିତ ହେବେ ନାହିଁ। ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ଯେଉଁମାନେ ବୁକିଂ କରିବେ ସେହିମାନଙ୍କୁ ୧୨୦ ଦିନର ସୁବିଧା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟର ପରେ ଏଡିଜି ଅମିତାଭ ୟଶଙ୍କର ପ୍ରଥମ ପ୍ରତିକ୍ରିୟା, କହିଲେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଏହି ନିର୍ଦ୍ଦେଶ

ନୂଏ,୧୭ା୧୦: ବାହରାଇଚରେ ହୋଇଥିବା ହିଂସା ସମୟରେ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ଅଭିଯୋଗ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ହିଂସା ଅଭିଯୋଗରେ ଉତ୍ତରପ୍ରଦେଶ ପୋଲିସ ଏବଂ...

ସଲମାନଙ୍କୁ ହତ୍ୟା ପାଇଁ ଏତିକି ଟଙ୍କା ଦିଆଯାଇଥିଲା ସୁପାରୀ; ପାକିସ୍ତାନରୁ ଆସିଥିଲା ବନ୍ଧୁକ

ନୂଆଦିଲ୍ଲୀ,୧୭ା୧୦: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ କଣ୍ଟ୍ରାକ୍ଟ କିଲରଙ୍କୁ ୨୫ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିଲା। ସଲମାନଙ୍କ ଫାର୍ମ ହାଉସରେ ତାଙ୍କୁ...

ପରିସ୍ରାରେ ଅଟା ଚକଟି ଖୁଆଉଥିଲେ ଚାକରାଣୀ, ଗିରଫ ପରେ ଯାହା କହିଲେ ପୋଲିସ ହେଲା ଚକିତ…

ଗାଜିଆବାଦ,୧୭।୧୦: ଅଟାରେ ପରିସ୍ରା ଗୋଳାଇ କରୁଥିଲେ ରୁଟି । ଯେଉଁ ଘରେ କାମ କରୁଥିଲେ, ସେହି ଘର ଲୋକଙ୍କୁ ଖୁଆଉଥିଲେ। ଗାଜିଆବାଦର ଏହି ଘଟଣା ଚର୍ଚ୍ଚାର...

ହାସିନାଙ୍କ ମୁଣ୍ଡରେ ଗିରଫ ତଲଓ୍ବାର! ନଭେମ୍ବର ୧୮ରେ କୋର୍ଟରେ ହାଜର ନିର୍ଦ୍ଦେଶ

ଢାକା,୧୬।୧୦: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଗୁରୁବାର ବାଂଲାଦେଶ କୋର୍ଟ ଗିରଫ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟରେ କ୍ଷମତାରୁ ହଟାଯିବା...

ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ

ନୂଆଦିଲ୍ଲୀ,୧୭।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନ ଗସ୍ତରେ ଅଛନ୍ତି। ହେଲେ ଏହି ଗସ୍ତକୁ ନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼...

ଜଣେ ସାମ୍ବାଦିକାଙ୍କୁ ଡେଟ୍‌ କରୁଛନ୍ତି ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା! ଶପଥ ସମାରୋହର ଭାଇରାଲ ଫଟୋକୁ ନେଇ ବଢିଲା ଚର୍ଚ୍ଚା

ଶ୍ରୀନଗର,୧୭।୧୦: ଜମ୍ମୁ କଶ୍ମୀରରେ ସରକାର ଗଠନ ହୋଇଛି। ଏନସି ର ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ଶପଥ ସମାରୋହରେ ଇଣ୍ଡିଆ ମେଣ୍ଟର...

ହରିୟାଣାରେ ସାଇନି ସରକାର, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଚଣ୍ଡିଗଡ଼,୧୭ା୧୦: ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ନାଏବ ସିଂ ସାଇନି। ସେ ଆଜି କ୍ରମାଗତ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ଗୁଆଘିଅରେ ମହାପ୍ରସାଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହାସୁଆର ସେବାୟତ ନିଯୋଗ

ପୁରୀ,୧୭ା୧୦: ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁଆର ମହାସୁଆର ସେବାୟତ ନିଯୋଗ। ଓମ୍‌ଫେଡ୍‌ ପରିବର୍ତ୍ତେ ଶୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri