ଅନୁଗୋଳ ଅଫିସ, ୨୪ା୧୨: ଇଷ୍ଟକୋଷ୍ଟ ରେଲ୍ୱେ ଜିଏମ୍ ଆର୍.ଏନ୍. ଶୁନକରଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ଗୁରୁବାର ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍ପି)ର ବୃହତ୍ ଷ୍ଟିଲ ୟୁନିଟ୍ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଇସ୍ପାତ କାରଖାନାର ଲୋଡିଂ, ଅନଲୋଡିଂ, ଆଭ୍ୟନ୍ତରୀଣ ରେଳ ଟ୍ରାକ୍, ଡମ୍ପିଂ ସାଇଟ୍, ଆଗାମୀ ଟ୍ରାକ୍ ପାଇଁ ସମ୍ପ୍ରସାରଣ ଯୋଜନା ଏବଂ ପ୍ରକଳ୍ପର ଅନ୍ୟାନ୍ୟ ଅଞ୍ଚଳ ପରିଦର୍ଶନ କରିଥିଲେ। ଜେଏସ୍ପି ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝାଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ। ଏହି ଅବସରରେ ଜେଏସ୍ପି ସିଇଓ (ଇସ୍ପାତ ବ୍ୟବସାୟ) ଦୀନେଶ କୁମାର ସରୋଗୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଲଜିଷ୍ଟିକ) ଘନଶ୍ୟାମ ସିଂ, ମୁଖ୍ୟ ଲଜିଷ୍ଟିକ୍ ଅଧିକାରୀ ଅନିମେଶ ଗୁପ୍ତା ଏବଂ ଜେଏସ୍ପିର ଅନ୍ୟ ଅଧିକାରୀ ପ୍ରତିନିଧି ଦଳଙ୍କ ସହ ରହି ପ୍ରକଳ୍ପର ବିଭିନ୍ନ ସୁବିଧା ବିଷୟରେ ଅବଗତ କରାଇଥିଲେ। ଆସିଥିବା ଏହି ପ୍ରତିନିଧି ଦଳରେ ଜିଏମ୍ ସଚିବ ବିଶ୍ୱଜିତ ଭୋଇ, ଡିଆର୍ଏମ୍ ଖୋର୍ଦ୍ଧା ଋଙ୍କେଶ ରୟ, ପିସିଓଏମ୍ ୱାଇ.ଏନ. ବାବୁ, ପିସିଇ ଏନ୍. ସୁଇକି, ପିସିସିଏମ୍ ବି. ନାଗିଆ, ଡେପୁଟି ଇସି ପାରିଡା, ସିନିୟର ଡିଓଏମ୍ ଖୋର୍ଦ୍ଧା କେ. ସନ୍ଦୀପ, ସିନିୟର ଡିସିଏମ୍ ଅମିତେଶ ଆନନ୍ଦ, ସିନିୟର ଡିଇଏନ୍ ସମନ୍ବୟ ବିଜୟ ଯାଦବ ଏବଂ ସିନିୟର ଡିଇଏନ୍ ସେଣ୍ଟ୍ରାଲ୍ ପି. ନାଗୱାନି ସାମିଲ ଥିଲେ।