Categories: ଜାତୀୟ

ଏସ୍‌ପି ପତାକା ରଙ୍ଗରେ ରଙ୍ଗେଇଲା ରେଲଓ୍ବେ ହସ୍ପିଟାଲ ଶୌଚାଳୟ: ତେଜିଲା ଅସନ୍ତୋଷ

ଗୋରଖପୁର, ୨୯।୧୦: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି(ଏସ୍‌ପି)ର ପତାକା ରଙ୍ଗରେ ଗୋରଖପୁର ରେଲଓ୍ବେ ହସ୍ପିଟାଲର ଶୌଚାଳୟକୁ ରଙ୍ଗାଯାଇଛି। ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମାଜବାଦୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରଶ୍ନ କରାଯାଇଛି। ଯୋଗୀ ସରକାର ଜାଣିଶୁଣି ଏଭଳି କରିଥିବା ଟୁଇଟ୍‌ କରି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି। ଏଭଳି ମନୋଭାବ ଗ୍ରହଣୀୟ ନୁହେଁ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଗଣତନ୍ତ୍ରକୁ ଭାଜପା କଳଙ୍କିତ କରୁଥିବା ଅଭିଯୋଗ ହୋଇଛି।

Share