Categories: ଜାତୀୟ

ଖାନ ସାର୍‌ ଫସିଲେ

ନୂଆଦିଲ୍ଲୀ,୨୭।୧: ରେଲଓ୍ବେ ରିକ୍ରୁଟମେଣ୍ଟ ପରୀକ୍ଷା ଫଳ ବିରୋଧରେ ବିହାର ରାଜଧାନୀ ପାଟଣାରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନରେ ଜଡ଼ିତ ଥିବା ଅଭିଯୋଗରେ ୟୁଟ୍ୟୁବର ଖାନ ସାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପାଇଁ କ୍ଲାସ ନେଉଥିବା ଖାନ ସାରଙ୍କୁ ଗିରଫ କରାଯାଇପାରେ ବୋଲି ବିହାର ପୋଲିସ ଅଧିକାରୀ କହିଛନ୍ତି।

ସୋମବାରଠାରୁ ଛାତ୍ରୀଛାତ୍ର ଆରମ୍ଭ କରିଥିବା ଆନ୍ଦୋଳନ ରାଜ୍ୟରେ ଅନେକ ହିଂସା ଘଟାଇ ସାରିଲାଣି। ଗିରଫ କରାଯାଇଥିବା ଛାତ୍ରୀଛାତ୍ରଙ୍କ ବୟାନ ଆଧାରରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ କହିବା କଥା ହେଲା, ଖାନ ସାରଙ୍କ ଏକ ଭିଡିଓ ଦେଖିଲା ପରେ ସେମାନେ ହିଂସା ଘଟାଇବାକୁ ପ୍ରେରିତ ହୋଇଥିଲେ। ଭାଇରାଲ ହୋଇଥିବା ଭିଡିଓରେ ଖାନ ସାର ଆରଆରବି ଏନ୍‌ଟିପିସି ପରୀକ୍ଷା ଫଳାଫଳ ବିରୋଧରେ ଛାତ୍ରୀଛାତ୍ରଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପ୍ରବର୍ତ୍ତାଇ ଥିବା ଅଭିଯୋଗ କରାଯାଉଛି।

 

Share