କେସିଙ୍ଗା,୮।୭(ତୁମେଶ୍ୱର ସାହୁ): ସମ୍ବଲପୁର ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଶନିବାର ଓଡ଼ିଶାର ରେଳ ବିଭାଗରର ଜେନେରାଲ ମ୍ୟାନେଜର ମନୋଜ କୁମାର ଶର୍ମା ପରିଦର୍ଶନରେ ଆସିଥିଲେ। ତାଙ୍କ ସହ ସମ୍ବଲପୁର ରେଳ ଡିଭିଜନର ଡିଆରଏମ୍ ବିନୀତ ସିଂଙ୍କ ଏବଂ ବହୁ ପଦାଧିକାରୀ ମଧ୍ୟ ଆସିଥିଲେ।
ଏହି ଅବସରରେ କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ୪ ଦଫା ଦାବିପତ୍ର ଜେନେରାଲ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଛି। କେସିଙ୍ଗାରୁ ଭୁବନେଶ୍ୱର ରାଜଧାନୀକୁ କୌଣସି ଟ୍ରେନ ନ ଥିବାରୁ ଏକ ନୂଆ ଟ୍ରେନ ଦେବାପାଇଁ ଦାବି କରାଯାଇଛି। ଟିଟିଲାଗଡ଼ରୁ ଇସ୍ପାତ ଦ୍ରୁତଗାମୀ ଟ୍ରେନ ଓ ଦୁର୍ଗପୁରୀ ଟ୍ରେନକୁ କେସିଙ୍ଗା ଯାଏ ସମ୍ପ୍ରସାରଣ କରିବା ପାଇଁ ଦାବି କରାଯାଇଛି । କେସିଙ୍ଗା ଷ୍ଟେଶନ ପରିସରରେ ପରିଷ୍କାର ପରିଚ୍ଛନ୍ନ, ୩ ନମ୍ବର ପ୍ଲାଟ ଫର୍ମରେ ମାର୍ବଲ ଦାବି କରାଯାଇଛି। ଠିକ୍ ଭାବେ ପାନୀୟଜଳ ମିଳୁ ନାହିଁ। ଶୌଚାଳୟ ଏବଂ ଷ୍ଟେଶନ ପରିସରରେ ଅପରିଷ୍କାର ଦେଖା ଯାଉଛି। ଏହି ସବୁ ସମସ୍ୟାକୁ ନେଇ ଜେନେରାଲ ମ୍ୟାନେଜରଙ୍କୁ କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦାବି କରାଯାଇଛି।