ଓଡ଼ିଶା ପାଇଁ ରେଳ ଅନୁଦାନ ଘୋଷଣା କଲେ ରେଳ ମନ୍ତ୍ରୀ: ଜାଣନ୍ତୁ କେତେ ମିଳିଲା

ଭୁବନେଶ୍ୱର, ୨୪।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାର୍ଲାମେଣ୍ଟରେ ୨୦୨୪-୨୫ ଆର୍ଥିକବର୍ଷର ବେଜଟ୍‌ ଉପସ୍ଥାପନ କରିଛନ୍ତି। ଏଥର ରେଳକୁ ୨.୬୨ ଲକ୍ଷ କୋଟି ଅନୁଦାନ ମିଳିଛି। ତେବେ ଓଡ଼ିଶାରେ ରେଳର ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ମିଳିଛି। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ସୂଚନା ଦେଇଛନ୍ତି।
ଏକ ପ୍ରେସମିଟରେ ସୂଚନା ଦେଇ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଏଥର ରେଳ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ମିଳିଛି। ଓଡ଼ିଶାରେ ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର/ଅଣ୍ଡର ପାସ ନିର୍ମାଣ ହୋଇଛି। ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତ୍‌କରଣ ହୋଇଯାଇଛି। ୟୁପିଏ ସରକାର ବେଳେ ବାର୍ଷିକ ୮୩୮ କୋଟି ମିଳୁଥିଲା। ଏବେ ଓଡ଼ିଶାକୁ ୟୁପିଏ ତୁଳନାରେ ୧୨ ଗୁଣ ଅଧିକ ଅନୁଦାନ ମିଳୁଛି।

Share