Posted inଜାତୀୟ

‘କବଚ ୪.୦’ ଟ୍ରାଏଲ ରନ୍‌ ଯାଞ୍ଚ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୨୫।୯: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୱାଇ ମାଧୋପୁରରେ ଅଟୋମେଟିକ ଟ୍ରେନ ସୁରକ୍ଷା ସିଷ୍ଟମ କବଚ ୪.୦ର ଟ୍ରାଏଲ ରନ କରିଛନ୍ତି। ସୱାଇ ମାଧୋପୁର ଏବଂ କୋଟା ରେଳ ଷ୍ଟେଶନ ମଧ୍ୟରେ ସ୍ବଦେଶୀ ରେଳ ସୁରକ୍ଷା ବ୍ୟବସ୍ଥା କବଚ ୪.୦ର ମଡେଲ ଉପରେ ରେଳ ମନ୍ତ୍ରୀ ଧ୍ୟାନ ଦେଇଥିଲେ। ରେଳବାଇକୁ ସୁରକ୍ଷିତ ରଖିବା ପାଇଁ ରେଳ ମନ୍ତ୍ରଣାଳୟ ଦ୍ୱାରା କ୍ରମାଗତ ଭାବରେ ନୂତନ ଟେକ୍ନୋଲୋଜି ଉଦ୍ଭାବନ କରାଯାଉଛି। ଏହି କ୍ରମରେ ଦିଲ୍ଲୀ-ମୁମ୍ବାଇ ରେଳ ଲାଇନକୁ ସ୍ବୟଂଚାଳିତ ଟ୍ରେନ ସୁରକ୍ଷା ବ୍ୟବସ୍ଥା ସହିତ ସଜାଯାଇଛି। ଏହି ରେଳ ସୁରକ୍ଷା ବ୍ୟବସ୍ଥାର ରେଳବାଇ ଦ୍ୱାରା କବଚ ୪.୦ ନାମକରଣ କରାଯାଇଛି।

କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ସୱାଇ ମାଧୋପୁର ମଧ୍ୟରେ କୋଟା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ସ୍ଥାପନ କରାଯାଇଛି। ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଏହି ସିଷ୍ଟମ ସ୍ଥାପନ କରାଯିବ। ରେଳମନ୍ତ୍ରୀ ସୱାଇ ମାଧୋପୁରରୁ ସୁମେରଗଞ୍ଜ ମଣ୍ଡି ପର୍ଯ୍ୟନ୍ତ ଯାତ୍ରା କରି କବଚ ୪.୦ ସୁରକ୍ଷା ବ୍ୟବସ୍ଥା ପରୀକ୍ଷା କରିଥିଲେ। କବଚ ୪.୦ ରେଳ ସୁରକ୍ଷା ବ୍ୟବସ୍ଥା ହେଉଛି ଏକ ସ୍ବୟଂଚାଳିତ ଟ୍ରେନ ସୁରକ୍ଷା ବ୍ୟବସ୍ଥା। ଏହା ରେଳ ଦୁର୍ଘଟଣା ରୋକିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଏହା ରେଳ ଟ୍ରାକରେ ସୁରକ୍ଷିତ ଭାବେ ଟ୍ରେନ ଚଲାଇବ। ଦେଶରେ ପ୍ରଥମ ଥର ପାଇଁ ସୱାଇ ମାଧୋପୁର ଏବଂ କୋଟା ମଧ୍ୟରେ ୧୦୮ କିଲୋମିଟର ଦୂରତାରେ ଏହି ସିଷ୍ଟମ ସ୍ଥାପିତ ହୋଇଛି। ଏହା ହେଉଛି ଦେଶର ପ୍ରଥମ ରେଳ ଟ୍ରାକ, ଯେଉଁଠାରେ ଏହାକୁ କାର୍ଯ୍ୟକାରୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟ ବିଚାରପତିଙ୍କ ଉପରେ ବର୍ଷିଲେ ସିଜେଆଇ ଚନ୍ଦ୍ରଚୂଡ, କହିଲେ ଭାରତର କୌଣସି ବି ଅଞ୍ଚଳକୁ ‘ପାକିସ୍ତାନ’ କହିପାରିବେ ନାହିଁ…

ନୂଆଦିଲ୍ଲୀ,୨୫।୯: ନିକଟରେ ହୋଇଥିବା ଏକ ଶୁଣାଣି ସମୟରେ ବେଙ୍ଗାଲୁରୁର ଏକ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି ସମ୍ବୋଧନ କରି ବିବାଦୀୟ ମନ୍ତବ୍ୟ ଦେଇଥବା କର୍ନାଟକ ହାଇକୋର୍ଟର ବିଚାରପତି...

ଭରତପୁର ଘଟଣାକୁ ନେଇ ମୁହାଁମୁହିଁ ହେଲେ ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ଅଧିକାରୀ, ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ପୁରା ଜାତୀୟ ରାଜନୀତି ଉଠୁଛି ପଡୁଛି। ମେଜରଙ୍କ ବାନ୍ଧବୀଙ୍କୁ ଥାନାରେ ଯୌନ ନିର୍ଯ୍ୟାତନା ଦେବା...

ମହିଳା ଭଡ଼ାଟିଆଙ୍କ ପାଇଖାନା, ବେଡ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ମାଲିକଙ୍କ ପୁଅ: ଆଉ ତା’ପରେ…

ନୂଆଦିଲ୍ଲୀ,୨୫ା୯:ମହିଳା ଭଡ଼ାଟିଆଙ୍କ ଭିଡିଓ ପ୍ରସ୍ତୁତ କରିବାକୁ ତାଙ୍କ ବେଡ୍‌ରୁମ୍‌ ଓ ପାଇଖାନାରେ ଦିଲ୍ଲୀ ଶାକରପୁର ଅଞ୍ଚଳର ଜଣେ ୩୦ ବର୍ଷୀୟ ଯୁବକ ଗୋପନରେ ସ୍ପାଏ କ୍ୟାମେରା...

୧୦ ମାସର ଶିଶୁକୁ ବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର

ଭାରୁଚ,୨୫ା୯:ଗୁଜରାଟର ଭାରୁଚ୍‌ ଜିଲାରେ ରବିବାର ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜିଲାର ପାନୋଲି ଗ୍ରାମରେ ଏକ ୧୦ମାସର ଶିଶୁଙ୍କୁ ବଳାତ୍କାର କରାଯାଇଛି। ପିଲାଟି ଘର...

କଙ୍ଗନାଙ୍କ ୟୁ-ଟର୍ନ: ଚାପ ବଢିବାରୁ ବଦଳାଇଲେ ମତ

ନୂଆଦିଲ୍ଲୀ,୨୫।୯: ବଲିଉଡ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ‘କୃଷି ଆଇନ ଫେରାଇ ଆଣିବା’ ବିବୃତ୍ତିରୁ ଭାଜପା ନିଜକୁ ଦୂରେଇ ରଖିଛି। ଭାଜପା ମୁଖପାତ୍ର ଗୌରବ...

ଆଜି କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୫ ଲକ୍ଷ ଭୋଟର

ଶ୍ରୀନଗର,୨୫ା୯ (ପି.ଟି.):ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯...

ସିଦ୍ଧି ବିନାୟକଙ୍କ ପ୍ରସାଦରେ ମୂଷା

ମୁମ୍ବାଇ, ୨୫ା୯:ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାକୁ ନେଇ ବିବାଦ ଥମି ନ ଥିବା...

୬ ବର୍ଷର ବାଳିକାଙ୍କୁ ସ୍କୁଲ୍‌ ପ୍ରିନ୍ସିପାଲଙ୍କ ବଳାତ୍କାର ଉଦ୍ୟମ: ପ୍ରତିରୋଧ କରିବାରୁ…

ଅହମଦାବାଦ,୨୫ା୯:ଦେଶରେ ଗତ କିଛିଦିନ ହେଲା ମହିଳା ବିରୋଧୀ ଯୌନ ଅପରାଧ ବଢ଼ିବାରେ ଲାଗିଛି। ବଳାତ୍କାରର ପ୍ରତିରୋଧ କଲେ ପୀଡ଼ିତାଙ୍କୁ ବୀଭତ୍ସ ହତ୍ୟା କରାଯାଉଛି। ଗୁଜରାଟର ଦାହୋଡ଼...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri