Categories: ଜାତୀୟ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଣିଲେ ସଙ୍ଗୀନ ଅଭିଯୋଗ: ସାବରମତି ଏକ୍ସପ୍ରେସ ଦୁର୍ଘଟଣା ଏକ ଷଡଯନ୍ତ୍ର…

କାନପୁର,୧୭।୮:ସାବରମତି ଏକ୍ସପ୍ରେସ କାନପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନର ୨୨ଟି ବଗି ଲାଇନଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ କେହି ଆହତ ହୋଇ ନ ଥିବା ଜଣାପଡିଛି। ଯାତ୍ରୀମାନଙ୍କୁ କାନପୁରକୁ ନେବା ପାଇଁ ବସ ଉକ୍ତ ସ୍ଥାନରେ ପହଞ୍ଚିଛି। ସାବରମତି ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି। ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ସାବରମତି ଏକ୍ସପ୍ରେସ (ବାରାଣାସୀରୁ ଅହମ୍ମଦାବାଦ)ର ଇଞ୍ଜିନ ଆଜି ଭୋର ୨: ୩୫ରେ କାନପୁର ନିକଟରେ ଥିବା ଟ୍ରାକରେ ରଖାଯାଇଥିବା ଏକ ବସ୍ତୁକୁ ଧକ୍କା ଦେଇ ଖସିପଡିଥିଲା। ତୀକ୍ଷ୍ଣ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଏହାର ପ୍ରମାଣ ସଂରକ୍ଷିତ କରାଯାଇଛି। ଆଇବି ଏବଂ ୟୁପି ପୋଲିସ ମଧ୍ୟ ଏହା ଉପରେ କାର୍ଯ୍ୟ କରୁଛନ୍ତି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ କିମ୍ବା କର୍ମଚାରୀ ଆହତ ହୋଇନାହାଁନ୍ତି। ଯାତ୍ରୀମାନେ ଅହମ୍ମଦାବାଦରୁ ଅଧିକ ଯାତ୍ରା କରିବା ପାଇଁ ଟ୍ରେନ ବ୍ୟବସ୍ଥା କରାଯାଇଛି।
ଭାରତୀୟ ରେଳବାଇରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ ନମ୍ବର ୧୯୧୬୮, ସାବରମତି ଏକ୍ସପ୍ରେସ କାନପୁର ଏବଂ ଭୀମସେନ ଷ୍ଟେଶନ ମଧ୍ୟରେ ଟ୍ରେନ୍‌ ଏକ ପଥର ସହ ମାଡ଼ ହୋଇଥିଲା। ଫଳରେ କ୍ୟାଟ୍‌ଲ୍‌ ଗାର୍ଡ କ୍ଷତିଗ୍ରସ୍ତ ହୋଇଥିଲା।

 

Share