୧୦ମ ପାସ୍‌ଙ୍କ ପାଇଁ ରେଲଓ୍ବେ ଚାକିରୀ, ବାହାରିଲା ବଡ ନିଯୁକ୍ତି

ନୂଆଦିଲ୍ଲୀ,୧୦।୨: ୧୦ମ ପାସ୍‌ କରିଥିବା ପିଲାଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲଓ୍ବେ ଘୋଷଣା କରିଛି ବଡ ନିଯୁକ୍ତି। ଆସନ୍ତୁ ଜାଣିବା ଏଥିରେ କେଉଁ ପଦବୀ ବାହାରିଛି ଓ ଏଥିପାଇଁ କିପରି ଆବେଦନ କରିବେ।

ଉତ୍ତର ପଶ୍ଚିମ ରେଲଓ୍ବେ(NWR) ଦ୍ୱାରା ଅପରେଣ୍ଟିସ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ସବୁଦାୟ ୧୬୪୬ଟି ଖାଲି ପଦବୀ ରହିଛି। ଆବେଦନ କରିବା ପାଇଁ ରେଲଓ୍ବେର ଅଫଇସିଆଲ ଓ୍ବେବସାଇଟ rrcjapur.in କୁ ଭିଜିଟ୍‌ କରି ଅନଲାଇନରେ ଆଦେନ କରିପାରିବେ। ଆବେଦନ କରିବା ପାଇଁ ସାଧାରଣ ବର୍ଗଙ୍କୁ ମାତ୍ର ୧୦୦ଟଙ୍କା ଦେବାକୁ ପଡୁଥିବାବେଳେ ଅନ୍ୟ ବର୍ଗର ପ୍ରାର୍ଥୀ ମାଗଣାରେ ଆବେଦନ କରିପାରିବେ।

ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାନୁଆରୀ ୧୦ରୁ ଚାଲିଛି। ତେବେ ଆଜି ଅର୍ଥାତ୍‌ ଫେବୃଆରୀ ୧୦ ଏହାର ଶେଷ ତାରିଖ। ଆବେଦନର ଶେଷ ତାରିଖ ପରେ ଓ୍ବେବସାଇଟରୁ ଆବେଦନର ଲିଙ୍କ୍‌ ହଟିଯିବ। ତେଣୁ ଶୀଘ୍ର ଓ୍ବେବସାଇଟ୍‌ ଭିଜିଟ୍‌ କରି ଆବେଦନ କରନ୍ତୁ।

ଆଦେନର କ୍ରାଏଟେରିଆ ଅନୁଯାୟୀ, ଏକ ସୀକୃତିପ୍ରାପ୍ତ ବୋର୍ଡରେ ଅତିକମ୍‌ରେ ୫୦ପ୍ରତିଶତ ରଖିଥିବା ଆବଶ୍ୟକ। ନ୍ୟାଶନାଲ କାଉନସେଲିଂ ଫର ଭୋକସେନାଲ ଟ୍ରେନିଂ, ଷ୍ଟେଟ କାଉନସିଲର ପ୍ରମାଣପତ୍ର ଥିବା ଆବଶ୍ୟକ। ଏଥିପାଇଁ ସର୍ବାଧିକ ବୟସ ସୀମା ୨୪ ରହିଛି।