ରେଳଷ୍ଟେଶନର ନବୀକରଣ ନକ୍ସା: ମତ ଲୋଡ଼ିଲେ ରେଳମନ୍ତ୍ରୀ

କଟକ ଅଫିସ,୧୮ା୧୨: କଟକ ରେଳଷ୍ଟେଶନକୁ ଅତ୍ୟାଧୁନିକ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ରେଳଷ୍ଟେଶନର ପ୍ରସ୍ତାବିତ ନକ୍ସାର ୪ଟି ଫଟୋ ତାଙ୍କ ଟୁଇଟର ଆକାଉଣ୍ଟରେ ଶନିବାର ପୋଷ୍ଟ କରିବା ସହ ମତ ଲୋଡ଼ିଛନ୍ତି। ଏହି ଫଟୋଗୁଡ଼ିକ ମଧ୍ୟରେ ବାରବାଟୀ ଦୁର୍ଗ ସଦୃଶ ମୁଖ୍ୟ ଫାଟକର ଏକ ପରିବର୍ତ୍ତିତ ରୂପ ପ୍ରକାଶିତ ହୋଇଛି। ଏଥିସହ ବିରାଟ ଯାତ୍ରୀ ପ୍ରତୀକ୍ଷାଳୟ, ଦ୍ୱିମହଲା ବିଶିଷ୍ଟ ଅଟ୍ଟାଳିକାରେ ଯାତ୍ରୀଙ୍କ ସୁବିଧା ସମେତ ଆଭ୍ୟନ୍ତରକୁ ସୁଦୃଶ୍ୟ ତଥା ଆକର୍ଷଣୀୟ କରିବାର ଯୋଜନା ପ୍ରତୀୟମାନ ହେଉଛି। ରେଳମନ୍ତ୍ରୀଙ୍କର ଏହି ଟୁଇଟ୍‌କୁ ବହୁ ଲୋକ କମେଣ୍ଟ ଜରିଆରେ ନିଜ ମତପ୍ରକାଶ କରୁଥିବା ଦେଖାଯାଇଛି।

Share