ରେଲଓ୍ବେରେ RPF ଏସ୍‌ଆଇର ୪୬୬୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କେବେଠୁ କରିବେ ଆବେଦନ

ନୂଆଦିଲ୍ଲୀ,୨୬।୨: ରେଲଓ୍ବେ ଭର୍ତ୍ତି ବୋର୍ଡ (ଆରଆରବି) ସବ-ଇନ୍ସପେକ୍ଟର ଏବଂ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ ୧୫ରୁ ଆରମ୍ଭ ହୋଇ ମେ’୧୪ ପର୍ଯ୍ୟନ୍ତ ଚାଲିବ। ଅଫିସିଆଲ ୱେବସାଇଟ https://rpf.indianrailways.gov.in/RPF/ରେ ଆବେଦନ ପାଇଁ ପଦକ୍ଷେପଗୁଡିକ ଦିଆଯିବ।

ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ rpf. Indianrailways.gov.inରେ କନଷ୍ଟେବଲ ଏବଂ ସବ-ଇନ୍ସପେକ୍ଟରଙ୍କ ଭୂମିକା ପାଇଁ ଆବେଦନ କରିପାରିବେ ଆରଆରବି ଦ୍ୱାରା ମୋଟ ୪୬୬୦ଟି ପଦବୀକୁ ସୂଚିତ କରାଯାଇଛି। ଯେଉଁଥିରେ ୪୨୦୮ଟି ଆରପିଏଫ କନଷ୍ଟେବଲ ଏବଂ ୪୫୨ଟି ସବ ଇନ୍ସପେକ୍ଟର ପଦବୀ ଅନ୍ତର୍ଭୁକ୍ତ।

ସବ-ଇନ୍ସପେକ୍ଟର ପଦ ପାଇଁ ଏକ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ବାଧ୍ୟତାମୂଳକ ଅଟେ। ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୮ବର୍ଷ ମଧ୍ୟରେ ହୋଇଥିବ। କନଷ୍ଟେବଳ ପଦ ପାଇଁ ଦଶମ ଶ୍ରେଣୀ କିମ୍ବା ଏକ ସ୍ବୀକୃତିପ୍ରାପ୍ତ ବୋର୍ଡରୁ ସମାନ ଭାବରେ ସଫଳତାର ସହିତ ସମାପ୍ତ କରିବା ଆବଶ୍ୟକ । ଏହାର ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୮ ବର୍ଷ ହୋଇଥିବ।

 


Enter your email to get our daily news in your inbox.

All Right Reserved By Dharitri.Com

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୬୦୨୫ ଟି ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୯ା୧୦: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ ଟ୍ରେନିଂ ରିଜର୍ଭ (LTR) ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ...

PGT ନିଯୁକ୍ତି ଲିଖିତ ପରୀକ୍ଷା ବାତିଲ୍‌: ଜାଣନ୍ତୁ ପୁଣି କେବେ ହେବ

କଟକ,୬।୧୦: ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ପିଜିଟି ନିଯୁକ୍ତିକୁ ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍‌ କରାଯାଇଛି। ରବିବାର ଏହି ପରୀକ୍ଷାଗୁଡିକ ହେବାକୁ...

ଓଡ଼ିଶା ପୋଲିସରେ ଡ୍ରାଇଭର ନିଯୁକ୍ତି: ୧୦ମ ପାସ୍‌ କରିଥିଲେ ଶୀଘ୍ର କରନ୍ତୁ ଆବେଦନ, ଦରମା…

ଭୁବନେଶ୍ୱର,୬।୧୦: ସରକାରୀ ଚାକିରି କରିବାକୁ ଇଚ୍ଛୁକ ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ଓଡ଼ିଶା ପୋଲିସ ପକ୍ଷରୁ ଡ୍ରାଇଭର ପଦ ପୂରଣ ପାଇଁ ବିଜ୍ଞପ୍ତି...

ଓଡ଼ିଶା କନ୍‌ଷ୍ଟେବଲ୍‌ ନିଯୁକ୍ତି: ବୟସ ସୀମାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ

କଟକ, ୪।୧୦: ଓଡ଼ିଶା ପୋଲିସ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ଆବେଦନ ଚାଲିଥିବା ବେଳେ ବୟସ ସୀମାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ରାଜ୍ୟର ସବୁ...

ଆରମ୍ଭ ହେଲା PM Internship ଯୋଜନା, ଯୁବପିଢିଙ୍କୁ ପ୍ରତି ମାସକୁ ମିଳିବ ୫ହଜାର, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ,୪।୧୦: ଯୁବକମାନଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ପାଇଲଟ ପ୍ରୋଜେକ୍ଟ ପିଏମ ଇଣ୍ଟର୍ନସିପ ସ୍କିମ ଆରମ୍ଭ କରିଛନ୍ତି। ଏଥିପାଇଁ ଅକ୍ଟୋବର ୧୨ରୁ ଅନଲାଇନ ଆବେଦନ...

ସାଇବର କାଫେରେ OSSSC ପରୀକ୍ଷା !

ଭୁବନେଶ୍ୱର,୩୦।୯: ରାଜ୍ୟରେ ସରକାରୀ ଚାକିରି କରାଇଦେବାକୁ ଅନେକ ଦଲାଲ ମାତିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇବର କାଫେରେ ଗ୍ରୁପ୍-ସି ଚାକିରି ପାଇଁ ପରୀକ୍ଷା କରାଯାଉଥିବା...

ଅଙ୍ଗନଓ୍ବାଡି କର୍ମୀ ପାଇଁ ବାହାରିଲା ନିଯୁକ୍ତି, ୧୦ମ ପାସ୍‌ କରିଥିଲେ…

ଖୁସି ଖବର। ଅଙ୍ଗନଓ୍ବାଡିରେ ବାହାରିଲା ନିଯୁକ୍ତି। ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାବେ। ସବୁ ଗାଁରେ ବର୍ତ୍ତମାନ ଅଙ୍ଗନବାଡ଼ି ଚାଲିଛି । ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଗର୍ଭଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri