Advertisement

ସ୍ବାଭାବିକ ହେଉନି ରେଳସେବା

କୋରାପୁଟ, ୨୮ା୯(ଅମିତାଭ ବେହେରା): କୋରାପୁଟ ଜିଲାର ଜରଟି ଗ୍ରାମ ନିକଟରେ ଗତ ରବିବାର ଭୋରରେ ଘଟିଥିବା ଭୂସ୍ଖଳନକୁ ଇତି ମଧ୍ୟରେ ୫ ଦିନ ବିତିଯାଇଛି। ତଥାପି ସ୍ବାଭାବିକ ହୋଇପାରି ନାହିଁ ରେଳ ସେବା ା ରେଳ ଲାଇନ ମରାମତି କାର୍ଯ୍ୟରେ ବର୍ଷା ବାଧକ ସାଜିଛି ା ତେବେ ଆସନ୍ତା ୨ ଦିନରେ କୋରାପୁଟ-କିରଣ୍ଡୁଲ ଲାଇନରେ ରେଳ ଚଳାଚଳ ସ୍ବାଭାବିକ ହୋଇପାରେ ବୋଲି ବିଶାଖାପାଟଣା ଡିଭିଜନର ଅତିରିକ୍ତ ଡିଆରଏମ ସୁଧୀର ଗୁପ୍ତା ଗୁରୁବାର କହିଛନ୍ତି।

କାର୍ଯ୍ୟରେ ୩୦ଟି ଜେସିବି ଓ ୨୦ଟି ଟିପ୍ପର ନିୟୋଜିତ ହୋଇଛି। ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ଶ୍ରମିକ ଓ ଶତାଧିକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ ଶେଷ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ବିଶେଷ କରି ପ୍ରତିଦିନ ଅପରାହ୍ନରେ କୋରାପୁଟରେ ପ୍ରବଳ ବର୍ଷା ହେଉଛି। ଏପରିକି ପାହାଡରୁ ମାଟି ପଡୁଥିବାରୁ କାର୍ଯ୍ୟରେ ବାଧା ଉପୁଜୁଛି। ଭୂସ୍ଖଳନ ଯୋଗୁ ୧୨୦ ମିଟର ଲମ୍ବରେ ମାଟି ଓ ପଥର ରେଳ ଧାରଣାରେ ପଡିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଠାରୁ ୮୦ ପ୍ରତିଶତ ମାଟି ଉଠା ସରିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ରେଲୱେ ଜିଏମ୍‌ ମନୋଜ ଶର୍ମା ଓ ଡିଆରଏମ୍‌ ସୌରଭ ପ୍ରସାଦ ଘଟଣାସ୍ଥଳ ପରିଦର୍ଶନ କରି କାର୍ଯ୍ୟକୁ କିପରି ଶୀଘ୍ର ଶେଷ କରାଯିବ ସେ ନେଇ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଭୂସ୍ଖଳନ ଯୋଗୁ ଉକ୍ତ ଲାଇନରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share