ବୁଧବାରରୁ ରେଳ ଚଳାଚଳ ସ୍ବାଭାବିକ, ଆଜି ଗଡିବ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୬।୩: ବାହାନଗା ଦୁର୍ଘଟଣା ପରେ ପୁନରୁଦ୍ଧାର କାର୍ଯ୍ୟ ରବିବାର ସକାଳୁ ଜୋରସୋରରେ ଚାଲୁ ରହିଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଘଟଣା ସ୍ଥଳକୁ ପୁଣି ପରିଦର୍ଶନ କରିବା ସହ ବୁଧବାର ସୁଦ୍ଧା ରେଳ ଚଳାଚଳ ସ୍ବଭାବିକ ହେବ ବୋଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଆଜି ଗୋଟିଏ ଟ୍ରାକ୍‌ ସଜଡା ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି।

ସେହିପରି ଆଜି ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ଅଭିମୁଖେ ସ୍ବତନ୍ତ୍ର ଟ୍ରେନ ଚଳାଚଳ ହେବ। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟ୍ରେନ କଟକ, ଭୁବନେଶ୍ୱର, ତେଲେଙ୍ଗାନା, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟ ଷ୍ଟେସନଗୁଡିକରେ ରହିବ। ଏହି ଟ୍ରେନରେ ପାର୍ସଲ ଭ୍ୟାନ୍‌ର ବ୍ୟବସ୍ଥା ରହିବ। ଏହି ପାର୍ସଲ ଭ୍ୟାନ୍‌ରେ ମୃତଦେହ ନେବାର ବ୍ୟବସ୍ଥା କରାଯାଇଛି।

Share