ନୂଆଦିଲ୍ଲୀ,୩୧।୧: ବର୍ତ୍ତମାନ ରେଲୱେ ଗୋଦାମରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଇ-ଶ୍ରମ ପୋର୍ଟାଲରେ ନାମ ପଞ୍ଜୀକରଣ କରିପାରିବେ ବୋଲି ଶ୍ରମମନ୍ତ୍ରଣାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ସେମାନଙ୍କୁ ଗୋଦାମ ଶ୍ରମିକ ଭାବେ ବର୍ଗୀକରଣ କରାଯାଇଛି ଏବଂ ପୋର୍ଟାଲରେ ସେମାନଙ୍କୁ ଜାତୀୟ ପେସା ବର୍ଗ ଆଧାରରେ ସାମିଲ କରାଯିବ ବୋଲି କୁହାଯାଇଛି। ଇ-ଶ୍ରମ ପୋର୍ଟାଲର ସୂଚୀକୁ ନିକଟରେ ସଂଶୋଧନ କରାଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ଏଥିରୁ ୪୦୦ ପେସାଦାର ସାମିଲ ହୋଇସାରିଛନ୍ତି। ଏହି ସୂଚୀରେ ପୂର୍ବରୁ ଗୋଦାମ ଶ୍ରମିକ ଭାବେ ଏକ ପେସା ରହିଛି, ତେବେ ରେଲୱେ ଗୋଦାମ ଶ୍ରମିକଙ୍କ ସୁବିଧା ଲାଗି ଗୋଦାମ ଶ୍ରମିକ ପେସାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।