Categories: ଜାତୀୟ

ରେଲଓ୍ବେର ହେବନି ସମ୍ପୂର୍ଣ୍ଣ ଘରୋଇ କରଣ

ନୂଆଦିଲ୍ଲୀ,୧୬।୩: ରେଲଓ୍ବେର ସମ୍ପୂର୍ଣ୍ଣ ଘରୋଇ କରଣ ହେବ ନାହିଁ। ଏହାର କିଛି ଅଂଶ ଘରୋଇ କରଣ ହେବ ବୋଲି ମଙ୍ଗଳବାର ରେଳମନ୍ତ୍ରୀ ପୀୟୂଷ ଗୋଏଲ୍‌ ଲୋକ ସଭାରେ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରଣାଳୟ ସରକାରୀ ସମ୍ପତ୍ତି ଏହା ସରକାରୀ ରହିବ। ଇତିମଧ୍ୟରେ ଦେଶର ୫୦ ରେଳ ଷ୍ଟେଶନର ଆଧୁନିକିକରଣ ପାଇଁ ଯୋଜନା ରହିଛି। ଏକ୍ଷେତ୍ରରେ ନିବେଶର ଆବଶ୍ୟକତା ରହିଛି। ଖୁବ୍‌ ଶୀଘ୍ର ଦେଶରେ ୪୪ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ କରିବ। ଏନେଇ ରୁଟ୍‌ ସମ୍ପର୍କରେ ନିଷ୍ପତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ବିରୋଧୀ ଦଳ ପକ୍ଷରୁ ସରକାରଙ୍କ ଉପରେ ଘରୋଇ କରଣର ଅଭିଯୋଗ ଅଣାଯାଇଛି। କିନ୍ତୁ ସମସ୍ତ ସଡ଼କ ପଥ ସରକାରୀ। ସଡ଼କରେ ସରକାରୀ ଗାଡ଼ି ସହିତ ଘରୋଇ ଯାନବାହନ ମଧ୍ୟ ଚାଲୁଛି। ଯଦି ରେଲଓ୍ବେରେ ଏଭଳି କରାଯାଏ ଏହାର ବିରୋଧ କରାଯିବା ଅନୁଚିତ ବୋଲି ସେ କହିଛନ୍ତି।

Share