Categories: ଜାତୀୟ

ରେଳ ଧାରଣାରୁ ଶିଶୁକୁ ଉଦ୍ଧାର କରିଥିବା ରେଲ୍‌ଓ୍ବେ କର୍ମୀଚାରୀଙ୍କୁ ମିଳିଲା ଜାଓ୍ବା ମୋଟରସାଇକେଲ

ମୁମ୍ବାଇ,୨୩।୪: ଭଙ୍ଗାନୀ ରେଲଓ୍ବେ ଷ୍ଟେଶନର ରେଳ ଧାରଣରୁ ନିଜ ଜୀବନକୁ ବାଜି ଲଗାଇ ଶିଶୁକୁ ଉଦ୍ଧାର କରିଥିବା ପଏଣ୍ଟସମ୍ୟାନ ମୟୂର ଶେଲକେଙ୍କୁ ଶୁକ୍ରବାର ମିଳିଛି ଏକ ନୂଆ ଜାଓ୍ବା ମୋଟରସାଇକେଲ। ଉକ୍ତ ଘଟଣାର ଭିଡିଓ ଭାଇରାଲ ହେବା ପରେ ରାତାରାତି ସୋସିଆଲ ମିଡିଆରେ ଷ୍ଟାର ପାଲଟି ଯାଇଥିଲେ ମୟୂର। ତାଙ୍କୁ ଜାଓ୍ବା ମୋଟରସାଇକେଲ କମ୍ପାନୀର ଉପ ପ୍ରତିଷ୍ଠାତା ଅନୁପମ ଥାରେଜା ଏକ ବାଇକ୍‌ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏହାର ଦିନ ଦୁଇଟାରେ ତାଙ୍କୁ କମ୍ପାନୀ ପକ୍ଷରୁ ଜାଓ୍ବା ହିରୋ ଯୋଜନା ଅନୁଯାୟୀ ମୟୂରଙ୍କୁ ଦିଆଯାଇଛି ନୀଳ ରଙ୍ଗର ଏକ ନୂଆ ଜାଓ୍ବା ଫୋର୍ଟି ଟୁ। ଏ ନେଇ କମ୍ପାନୀ ପକ୍ଷରୁ ଟୁଇଟର ଜରିଆରେ ସୂଚନା ଦିଆଯାଇଛି।

Railways Hero Mayur Shelke Who Saved A 6-Year Old Gifted A New Jawa Forty Two

ଏହାବାଦ୍‌ କେନ୍ଦ୍ରୀୟ ରେଲଓ୍ବେ ଅଧିକାରୀ ମୟୂରଙ୍କ ଶାହସିକତାକୁ ପ୍ରଶଂସା କରିବା ସହ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏହି ଅର୍ଥରାଶିର ଅଧା ମୃତ୍ୟୁ ମୁଖରୁ ନୂଆ ଜୀବନ ପାଇଥିବା ଶିଶୁ ଓ ତା’ର ମା’କୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି ମୟୁର।

Share