କରୋନାରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ ପରଲୋକ

ନୂଆଦିଲ୍ଲୀ, ୨୩।୯: କରୋନାରେ ପୀଡ଼ିତ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କର ବୁଧବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଗତ ସେପ୍ଟେମ୍ବର ୧୧ରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ କର୍ନାଟକର ବେଲ୍‌ଗାଭି ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ। ସେ କର୍ନାଟକରେ ଭାଜପାର ଜଣେ ଦୃଢ଼ ସଙ୍ଗଠକ ମଧ୍ୟ ଥିଲେ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ଦଳୀୟ କର୍ମକର୍ତ୍ତା ଗଭୀର ଶୋକବ୍ୟକ୍ତ କରିଛନ୍ତି।

Share