ନୂଆଦିଲ୍ଲୀ,୨୯ା୧୨: ଭାରତୀୟ ରେଳପଥର ୩ କୋଟି ଯାତ୍ରୀଙ୍କ ତଥ୍ୟ ଚୋରି କରାଯାଇ ଡାର୍କ ଓ୍ବେବ୍ରେ ବିକ୍ରି ପାଇଁ ରଖାଯାଇଥିବା ହକରମାନଙ୍କ ଫୋରମ୍ ପକ୍ଷରୁ ଦାବି କରାଯାଇଛି। ତେବେ ଡାଟା ଚୋରି ଅଭିଯୋଗକୁ ରେଳ ମନ୍ତ୍ରଣାଳୟ ଖଣ୍ଡନ କରିଛି। ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ୍ ଟ୍ୟୁରିଜିମ୍ କର୍ପୋରେଶନ (ଆଇଆର୍ସିଟିସି)ର ତଥ୍ୟ ଚୋରି ହୋଇନାହିଁ। କୌଣସି ଡାଟା ଲିକ୍ ହୋଇଛି କି ନାହିଁ, ଯାଞ୍ଚ ଲାଗି ଆଇଆର୍ସିଟିସି ପକ୍ଷରୁ ଏହାର ସମସ୍ତ ବ୍ୟବସାୟିକ ସହଯୋଗୀଙ୍କୁ କୁହାଯାଇଥିଲା। ସନ୍ଦିଗ୍ଧ ଡାଟା ଲିକ୍ ଏହାର ସର୍ଭରରୁ ହୋଇ ନ ଥିବା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି।