Categories: ଜାତୀୟ

ଫେରିବ ସାଧାରଣ ଶ୍ରେଣୀ ଯାତ୍ରୀ ସେବା

ନୂଆଦିଲ୍ଲୀ,୧।୩: କୋଭିଡ୍‌ ମହାମାରୀ ଯୋଗୁ ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସାଧାରଣ ଶ୍ରେଣୀ ଯାତ୍ରୀସେବା ଆରମ୍ଭ କରିବା ନେଇ ରେଲଓ୍ବେ ପକ୍ଷରୁ ଘୋଷଣା କରାଯାଇଛି। ମହାମାରୀ ସମୟରେ ଟ୍ରେନ୍‌ରେ ଗହଳି କମାଇବା ନେଇ ସମ୍ପୂର୍ଣ୍ଣ ରିଜର୍ଭ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରୁଥିଲା। ଏପରି କି ଅଧିକାଂଶ ଲୋକ ବ୍ୟବହାର କରୁଥିବା ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚଗୁଡ଼ିକୁ ରିଜର୍ଭ କୋଚ୍‌ ଭାବେ ବ୍ୟବହାର କରାଯାଉଥିଲା। କୋଭିଡ୍‌ ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ରେଳ କର୍ତ୍ତୃପକ୍ଷ ଦ୍ୱିତୀୟ ଶ୍ରେଣୀ ଯାତ୍ରୀ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share