୯ ରାଜ୍ୟରେ ସମ୍ପ୍ରସାରଣ ହେବ ରେଳପଥ, ଖର୍ଚ୍ଚ ହେବ ୩୨,୫୦୦ କୋଟି…

ନୂଆଦିଲ୍ଲୀ,୧୭।୮ : ଅଥନୈତିକ ବ୍ୟାପାର ଉପରେ କ୍ୟାବିନେଟ କମିଟି ପ୍ରାୟ ୩୨,୫୦୦ କୋଟି ଟଙ୍କା ବ୍ୟୟରେ ଭାରତୀୟ ରେଳର ସାତୋଟି ମଲ୍ଟି ଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କେନ୍ଦ୍ର ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଏହି ପ୍ରକଳ୍ପଗୁଡିକ ବର୍ତ୍ତମାନର ଲାଇନ କ୍ଷମତା ସମ୍ପ୍ରସାରଣ, ଯାତାୟାତ ଭିଡ଼ ହ୍ରାସ କରିବାରେ ସହାୟକ ହେବ।

ଏଥିରେ ୨୩୩୯ କିଲୋମିଟର ଲମ୍ବା ଭାରତୀୟ ରେଳ ନେଟୱାର୍କ ନଅଟି ରାଜ୍ୟ, ଉତ୍ତରପ୍ରଦେଶ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଓଡିଶା, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ୩୫ଟି ଜିଲାରେ ସମ୍ପ୍ରସାରଣ ହେବ। ଏହା ଦ୍ୱାରା ସମ୍ପୃକ୍ତ ରାଜ୍ୟବାସୀଙ୍କୁ ଆନୁମାନିକ ୭.୦୬ କୋଟି ନିଯୁକ୍ତି ଦିବସ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପଗୁଡିକରେ ଗୋରଖପୁର-କ୍ୟାଣ୍ଟ-ବାଲ୍ମିକୀ ନଗର ଦୋହରିକରଣ, ସୋନ ନଗର-ଆଣ୍ଡାଲ ମଲ୍ଟି ଟ୍ରାକିଂ ପ୍ରକଳ୍ପ, ନିର୍ଗୁଣ୍ଡି-ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡ-ବିଜୟନଗରମ ମଧ୍ୟରେ ତୃତୀୟ ଲାଇନ ଏବଂ ମୁଡଖେଦ-ମେଡଚାଲ ଏବଂ ମହବୁବନଗର-ଧୋନ, ଗୁଣ୍ଟୁର-ବିବିନଗରମ, ଚୋପାନ-ଚୁନାର ମଧ୍ୟରେ ଥିବା ଲାଇନକୁ ଦୋହରିକରଣ, କରିବା ଅନ୍ତର୍ଭୁକ୍ତ।

ସାମାଖିଆଲି-ଗାନ୍ଧିଧାମ ମଧ୍ୟରେ ଚାରୋଟି ଟ୍ରାକ କରାଯିବ। ଏମାନଙ୍କ ବ୍ୟତୀତ ହରିୟାଣାର ୧୬ ଟି ଷ୍ଟେଶନର ନବୀକରଣ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। ଯେଉଁଥିରେ ୬୦୮ କୋଟି ଟଙ୍କା ଖର୍ଚ୍ଚ ହେବ ।

Share